STORYMIRROR

Akshaya kumar Rout

Romance Classics

3  

Akshaya kumar Rout

Romance Classics

ପ୍ରେମ ଯଦି ରଙ୍ଗ ହୁଏ

ପ୍ରେମ ଯଦି ରଙ୍ଗ ହୁଏ

1 min
49

ପ୍ରେମ ଯଦି ରଙ୍ଗ ହୁଏ 

ତୁମେ ଇନ୍ଦ୍ରଧନୁ 


ପ୍ରେମର ରଙ୍ଗ ଯଦି ଗୋଲାପି 

ତୁମେ ଗୋଲାପର କଢି ଟିଏ 

ପ୍ରେମର ରଙ୍ଗ ଯଦି ହଳଦୀଆ

ତୁମେ ପୁନେଇର ଫୁଲେଈ ଜହ୍ନ ଟିଏ


ପ୍ରେମର ରଙ୍ଗ ଯଦି ରକ୍ତବର୍ଣ୍ଣ

ତୁମେ ପେନ୍ଥା ପେନ୍ଥା କୃଷ୍ଣଚୂଡା

ପ୍ରେମର ରଙ୍ଗ ଯଦି ଘନନୀଳ 

ତୁମେ ସୁଦୂର ନୀଳ ଆକାଶ


ପ୍ରେମର ରଙ୍ଗ ଯଦି ଶ୍ଵେତ

ତୁମେ ସୁଗନ୍ଧିତ ମଲ୍ଲୀ ମାଳତୀ

ପ୍ରେମର ରଙ୍ଗ ଯଦି ସବୁଜ 

ତୁମେ ଚିରସବୁଜିମା

ପ୍ରେମର ରଙ୍ଗ ଯଦି ଘନଅନ୍ଧାର 

ତୁମେ ଚିକ ମିକ କରୁଥିବା ଖଦ୍ୟୋତିକା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance