ପ୍ରେମ ତୋର ଭିଜା ଭିଜା
ପ୍ରେମ ତୋର ଭିଜା ଭିଜା
ବର୍ଷାରେ ଭିଜିବାକୁ
ଭଲ ଲାଗେ ଆମକୁ,
ଆସ ସାଥି ହଜି ଯିବା
ଭୁଲିଯାଇ ନିଜକୁ ।(0)
ଏମିତିକା ସୁଯୋଗ
ଖୋଜୁଥିଲି ମୁଁ ଏକା,
ଭାଗ୍ୟକୁ ତୁମ ସାଥେ
ହୋଇଗଲା ମୋ ଦେଖା ।
ଆସ ଆମେ ଭିଜିଭିଜି
ପ୍ରେମରେ ଯିବା ହଜି,
ଆସ ପ୍ରିୟା ପାଖକୁ
ଭୁଲିଯାଇ ନିଜକୁ ।
ବର୍ଷାରେ ।(1)
ପ୍ରେମ ଆମ ନିବିଡ଼
ଡରିବନି ଆସୁ ଝଡ,
ତୁମେ ହେଲ ମୋ ପାଇଁ
ଦେବତା ଠାରୁ ବଡ ।
ଅଲଗା ହେବା ନାହିଁ
ମରିବା ସାଥି ହୋଇ,
କଥା ଦେଲି ତୁମକୁ
ମୁଁ ସାତ ଜନମକୁ ।
ବର୍ଷାରେ । (2)

