Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Romance Tragedy

3  

BULU BEHERA

Romance Tragedy

ପ୍ରେମ ତୋ' ଅଢେଇଦିନିଆ

ପ୍ରେମ ତୋ' ଅଢେଇଦିନିଆ

1 min
166


ଅଢେଇ ଦିନିଆ

ପ୍ରେମ କରି ପ୍ରିୟା

      ଛାଡିଗଲୁ ମୋତେ କିଆଁ,

ତୋତେ ଝୁରି ଝୁରି

ଗଲି ପ୍ରେମେ ମରି

      ଲାଗେ ମୋତେ ଦେବାଳିଆ l(0)


ଆଖିରେ ମୋ' ଲୁହ

ଛାତିରେ ଯେ ' କୋହ

       କାନ୍ଦୁଛି ତୋ' କଥା ଭାବି,

ଯେତେ ତୋର କଥା

ସବୁ ହେଲା ମିଥ୍ୟା

       ଧରାଇ ଦେଲୁ ତୋ' ଛବି |


କାହାକୁ କହିବି

ନା' ପ୍ରାଣ ହାରିବି

      ତୁ" ଗୋଟେ ଯେ' ଧୋକା ଦିଆ l|

ଅଢ଼େଇ...|(1)


ବିଶ୍ୱାସରେ ବିଷ

କଲୁ ଅବିଶ୍ୱାସ  

       ପଡି ତୋ" ଅନ୍ଧ ପ୍ରେମରେ,

ଆଜି ମୁଁ" ତୋ "ପାଇଁ

କିଛି ହେଲି  ନାହିଁ

      ମାରିଲୁ   ବଦନାମରେ |

ଆଶିଷ ମୁଁ " କରେ

ରହ ତୁ" ଶାନ୍ତିରେ

      ଭୁଲି ଯାଇ ମୋର ଦୁନିଆ l|

ଅଢ଼େଇ... (2)


      



Rate this content
Log in

Similar oriya poem from Romance