ପ୍ରେମ ସମାଧି
ପ୍ରେମ ସମାଧି
କେମିତି କହିବି ପ୍ରିୟା ମୁଁ ତୋତେ ରେ
କିଛି ଦୋଷ ନାହିଁଁ ମୋର
କେଉଁ ଅପରାଧେ ନିିିରିିିଦୟ ହୋଇ
କରି ଗଲୁ ସାତ ପର ।
ସରଳ ହୃଦୟେ ଆଘାତ କରିଲୁ
ଛଳ ପ୍ରତାରଣା କରି
ବୁଝି ପାରିିିଲିନି ଚାତୁୁୁରୀ ତୋହର
ନିର୍ବୋଧତା ଥିଲା ଭରି ।
ବିଶ୍ୱାସ କୁସୁମ ବିିିିକଶିତ ହୋଇ
ଘୁରୁ ଥିଲା ତୋର ପାଶେ
ଦିନେ ସେ ଭରଷା ହେବ ପିତା କଷା
ଏ କଥା ନଥିଲା ଆଶେ ।
ସାକ୍ଷୀ ଥିଲେ ପରା ଆକାଶ ଛାତିର
ନିଶି ବୋଳା ଚନ୍ଦ୍ର ତାରା
ବାହୁ ବନ୍ଧନରୁ କହୁ ଥିଲୁ ତୁହି
ତୁମେ ମୋ କାଞ୍ଚନ ହୀରା ।
ଆଖିର ପାଣିିରେ ଶ୍ରାବଣକୁ ଡାକି
କରିିିଛୁ ମୋତେ ଅଥୟ
କ୍ଷଣିିକ ବିଛେଦେ ଅସହ୍ୟ ଯନ୍ତ୍ରଣା
ଏ କି ତୋର ଅଭିିନୟ ।
ତୁହି ଚାଲି ଗଲୁ ନିଃସ୍ଵ କରି ମୋତେ
ମୁଁ କିନ୍ତୁ ଭୂଲିନି ଦିନେ
ତିଳ ତିଳ କରି ଜଳି ମୁଁ ଯାଇଛି
ତଥାପି ରଖିଛି ମନେ ।
ମୋ ପ୍ରେମ ସମାଧି ସାଇତିଛି ବିଧି
ଆଗତ ଜନମ ପାଇଁ
ଚଖାଇବୁ ଯେତେ ପ୍ରତାରଣା ସ୍ବାଦ
ନିଃସନ୍ଦେହେ ଯିିିବି ପିିଇ ।

