STORYMIRROR

Indrabadal Mohanty

Romance

3  

Indrabadal Mohanty

Romance

ପ୍ରେମ ସ୍ୱର...

ପ୍ରେମ ସ୍ୱର...

1 min
273

ସୁନ୍ଦରତାର ଉର୍ଦ୍ଧରେ ଶୁଭ୍ର ମୁଖମଣ୍ଡଳ ଏ ଯେ କାହାର,


ଅଧା ନିଦ୍ରାର ନୟନରେ ଝିଲିମିଳି ତା କଜଳର ସରୁଗାର


ମଧୁଝରା ମୁରୁକି ହସରେ ଉଛୁଳି ପଡୁଛି ତା ନାଲି ଅଧର,


ମନ ତାର ନାଚି ଯାଉଛି ସତେ ଯେମିତି ଅଧା ସପନକୁ କରି ଆଧାର


ଅବୁଝା କାହାଣୀର ଭାଷାରେ ତା ରାଜହଂସୀ ଚାଲି ଦେଇଛି ମୋହର,


ତା ସ୍ପନ୍ଦନର ରାଗରେ ବିମୋହିତ ଆଜି ଏ ମେଘ ମଲ୍ଲାର,


ପୁନେଇ ଚାନ୍ଦର ପ୍ରତିମ୍ବିବ ହୋଇ ଆଜି ସେ ଅମାବାସ୍ୟାକୁ କରିଛି ଦୂର


ପୁଣି ରଜନୀଗନ୍ଧାର ମହକରେ ମହକି ଉଠେ ଆଗମନେ ତାର,


ରୂପ ରାଇଜର ସତେ ରେ ସେ ଏକ ଛୋଟ ଅବର୍ଣ୍ଣନୀୟ ଗନ୍ତାଘର


ନମ୍ରତାର ସହ ଜାଗ୍ରତ କରେ ସେ ହୋଇ ଆଜି ପ୍ରୀତିର ଜୁଆର,


ଶୁଭ୍ର ପୁଲକ ଛୁଇଁ ତା ଯୌବନ ଭରିଦିଏ କେତେ ଯେ ପ୍ରେମର ସାଗର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance