STORYMIRROR

Prasanna kumar sahu

Romance

4  

Prasanna kumar sahu

Romance

ପ୍ରେମ ରେ ସନ୍ଦେହ

ପ୍ରେମ ରେ ସନ୍ଦେହ

1 min
255


କ୍ଷୀର ହାଣ୍ଡି ମଧ୍ୟେ

ଟୋପାଏ ଦହିର

କାମ ଯେପରି ଯେ ହୁଏ,

ପ୍ରେମ ମଧ୍ୟରେ ଯେ

ଅଳପ ସନ୍ଦେହ

ସେହି ପରି ହୋଇଥାଏ।

କେତେ ଭଲ କ୍ଷୀର

ହୋଇଥାଏ ସିନା

ଟୋପେ ଦହି ଭସ୍ମ କରେ,

କ୍ଷୀର ନିଜର ଯେ

ଧର୍ମ କୁ ହରାଇ

ଦହିର ଧରମ ବରେ।

ନିବିଡ ପ୍ରେମରେ

ଅଳପ ସନ୍ଦେହ

ସେହିପରି ହୋଇଥାଏ,

ସନ୍ଦେହ ମନ ଟି

ପୋଡ଼ି ଦିଏ ସବୁ

ପ୍ରେମ ଛାରଖାର ହୁଏ।

ବିଶ୍ୱାସ ରହିଲେ

ପ୍ରେମ କ୍ଷେତ୍ରେ ଭାଇ

ଲାଗଇ ବହୁତ ମିଠା,

ଅଳ୍ପ ଅବିଶ୍ବାସ

ପ୍ରେମ କ୍ଷେତ୍ରେ ଆସି

କରେ ବହୁ ହଟ ହଟା।

ପ୍ରେମ ହୃଦୟରେ

ପ୍ରଶ୍ରୟ ନଦେବା

ତିଳେ ହେଲେ ଅବିଶ୍ବାସ,

ଅଳ୍ପ ଅବିଶ୍ବାସ

ସାର୍ଥକ ପ୍ରେମକୁ

ସମୁଳେ କରିବ ନାଶ।



Rate this content
Log in

Similar oriya poem from Romance