STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
203


ନିଆରା ପ୍ରେମ ପୁଲକ

   ସୁମଧୁର ସେ ବାସ ଚନ୍ଦନ

ଉଯାଣି ବହେ ଯମୁନା

  ପ୍ରସ୍ଫୁଟଇ ରୋମାଞ୍ଚ କଦମ୍ବ ।

ଗହନ ମନ ନିକୁଞ୍ଜେ

  ଗୁଞ୍ଜି ଉଠେ ବଂଶୀ ମଧୁସ୍ୱନ

ଭଲ ଲାଗେ ଜହ୍ନ ତାରା

  ଆମ୍ରକୁଞ୍ଜ କୁହୁକୁହୁ ତାନ ।

ସବୁଜ ବନ କାନନ

  ଗିରିଶିଖ ପାହାଡ଼ ଝରଣା

ନାଚିଉଠେ ଚପଳ ଛନ୍ଦରେ

  ମନ ହୁଏ ଭାରି ଆନମନା ।

ଫୁଲେ ଫୁଲେ ଝରେ ହସ

  ଚହଟଇ ବାସର ସୁଗନ୍ଧ

ଦୁର୍ବାର ତା ଆକର୍ଷଣ

  ମଧୁ ନିଶା ପ୍ରେମେ ସୃଷ୍ଟି ଅନ୍ଧ ।

ନିବିଡ଼ ହୃଦୟ ପିଞ୍ଜ

  ଦିପ୍ତିମନ୍ତ ଆଲୋକ ଦିହୁଡି

ମନ ଖୋଜେ ସାଥି ଟିଏ

  ଆପଣାର ଲାଗଇ ପ୍ରକୃତି ।

ପ୍ରେମ ରାଧା ପୂର୍ଣ୍ଣ ମାସୀ

 ପ୍ରେମ ଗୋପ ଗୋପୀ ବୃନ୍ଦାବନ

ପ୍ରେମ ଦିବ୍ୟ ଅପ୍ରାକୃତ

 ପ୍ରେମ ସୁଧା ଅମୃତ ସମାନ ।

ପ୍ରେମ ଅଟେ ଚିରନ୍ତନ

 ପ୍ରେମ ପୂର୍ଣ୍ଣ ଜୀବନ ଆନନ୍ଦ

ପ୍ରେମ ରସ ଷୋଳକଳା

 ପ୍ରେମ ରାସ ଶ୍ରୀକୃଷ୍ଣ ଗୋବିନ୍ଦ ।



Rate this content
Log in

Similar oriya poem from Romance