STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମ ପୁଲକ ଚକଲେଟ୍ ଡେ

ପ୍ରେମ ପୁଲକ ଚକଲେଟ୍ ଡେ

1 min
227


ଚକୋଲେଟ ଶେଯ ବିଛାଇଛି ପ୍ରିୟା

    ପ୍ରେମ ପିରତିର ପଥେ 

ରହି ଥିବି ତାର ଜୀବନରେ ସଦା

   ସବୁ ସୁଖ ଦୁଃଖ ସାଥେ ।।


ଚକୋଲେଟ

ସ୍ବାଦ ଯେମିତି ମଧୁର

    ସେମିତି ତାର ଅଧର

ପ୍ରଜାପତି ପରି  ସିଏ ରଙ୍ଗମୟ

    ଲାଗେ ବଡ ମନୋହର ।।


ଅନୁତପ୍ତ ଭରା ପାହାଡ଼କୁ ଡେଇଁ 

   ଯିବି ତାର ପାଶେ ଦିନେ 

କଷ୍ଟ ଦେଇଥିବା ପ୍ରାଣକୁ ତାହାର

  ସଜାଇବି ଉପବନେ ।।


ଦୂନିଆ ଆଗରେ ଦୋଷ ମାନିନେବି

    କରିଦେବ ସିଏ କ୍ଷମା 

ତା ଇଚ୍ଛା ବିରୋଧେ କରିବିନି କିଛି

   କଷ୍ଟ ଦେବି ନାହିଁ ଜମା ।।


କୁହୁଡ଼ି ପହଁରି କେତେ ଦିନ ଅବା

    ଜାଳିବି ସନ୍ଦେହ ଦୀପ

ବଣମଲ୍ଲୀ ପରି ରହିବି ଜୀବନେ

    ଭୋଗି ସବୁ ଅଭିଶାପ ।।


ନିଜ ସ୍ବାର୍ଥ ସବୁ ଜଳାଞ୍ଜଳି ଦେଇ

   ତାର କଥା ବୁଝୁଥିବି

ମନକୁ ବୁଝାଇ ପ୍ରେମରେ ହଜାଇ

    ସବୁ ସୁଖ ପାଇଯିବି ।।


 ଆଜିର ଦିବସେ କରୁଛି ଶପଥ

    ସଦା ପ୍ରେମେ ଜିଇଁଯିବି

ଚକୋଲେଟ ପରି ସମ୍ପର୍କରେ ସଦା

   ମିଠା ସ୍ମୃତି ଭରିଥିବି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance