STORYMIRROR

Sasmita Choudhury

Romance

2  

Sasmita Choudhury

Romance

ପ୍ରେମ ପ୍ରତୀକ୍ଷା

ପ୍ରେମ ପ୍ରତୀକ୍ଷା

1 min
180

ତୁମ ଚାହାଣିରେ

ଭରିବି ବୋଲି ମୁଁ 

ଚୋରା ବସନ୍ତର

ମାଦକତା ଥିରି ଥିରି,

ସେଇଥିପାଇଁ ମୁଁ 

ପ୍ରୀତି ପାଗଳିନୀ 

ତୁମ ଠାରୁ ତୁମ 

ହୃଦୟ କରିଛି ଚୋରୀ


ଚଉତିଶା, ଛାନ୍ଦ 

ଶ୍ରୁତିକଟୁ ଏବେ 

ତଲ୍ଲୀନ ମୁଁ ତୁମ

ପ୍ରୀତି ମଧୁ ସମ୍ଭାଷଣେ ,

ସେଥିପାଇଁ ପ୍ରିୟ 

ଜୀବନ ପଥେ ମୋ

ଚାଲିଛି ନିୟତ

ସେ ମଧୁର ଅନ୍ବେଷଣେ


ତୁମେ ତ ମୋର 

କୁଆଁର ପୁନେଇଁ 

ତୋଫା ଜହ୍ନିଫୁଲ-

ବନ୍ଦିତ ରୂପା ଜହ୍ନ, 

ମୁଁ ଅତଳ ପୋଖରୀ 

ଜଳରେ ବନ୍ଦିନୀ 

ବିରହିଣୀ ଏକ 

ନିରାଶ କଇଁର ମନ


ହାତର ମେହେନ୍ଦୀ, 

ଫୁଲର ସବାରୀ, 

 ପ୍ରୀତି ରଙ୍ଗ ଭିଜା 

ମେଘର ଉତ୍ତରୀ ନେଇ,

ଆସିବ ପ୍ରିୟ ମୋ'

ମନ ଅଗଣାକୁ 

ପ୍ରତୀକ୍ଷାର ଶେଷ

ପଂକ୍ତି ଲେଖିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance