STORYMIRROR

DR SAMIR RANJAN BEHERA

Abstract Romance Classics

3  

DR SAMIR RANJAN BEHERA

Abstract Romance Classics

ପ୍ରେମ ପ୍ରତିବିମ୍ବ

ପ୍ରେମ ପ୍ରତିବିମ୍ବ

1 min
204


      ପ୍ରେମ ଏକ ଐଶ୍ୱର୍ଯ୍ୟ ଅନୁଭୂତି

      ନିତ୍ୟ ସେ ଚିର ଶାଶ୍ୱତ ସେ

      ଅଭୁଲା ସ୍ମୃତି , ସ୍ମୃତି ର ପ୍ରୀତି

      ପ୍ରୀତି ର ସ୍ବର, ସ୍ବର ର ଗୀତି

       ପ୍ରେମ ସେତ ପ୍ରତିବିମ୍ବ ର ଆଧାର

       ସେତ ଅଢେଇ ଅକ୍ଷର ସାହାର ll

   

      ପ୍ରେମ ସେତ ସୃଷ୍ଟିର ଆଧାର

      ସତ୍ୟ ନିରାକାର ନିର୍ବିକାର

      ପବିତ୍ର ପୁଣି କେବେ ପାପ ର ଆଶାର

      ଅନ୍ଧାର ରେ ସେ ଆଲୋକ ସମ୍ଭାର

      ପୁଣି ଆଲୋକ ରେ କେବେ ଅମା ଅନ୍ଧକାର ll

      ପ୍ରେମ କେବେ ଉଲ୍ଲାସ ତ କେବେ ବିରହ

      କେବେ ପହଞ୍ଚାଏ ଉତଙ୍ଗ ଶିଖର

      ପୁଣି କେବେ ଠେଲିଦିଏ ଅଥଳ ସାଗର

      କେବେ ଉତ୍ତାଳ ତରଙ୍ଗଣ

       କେବେ ଶାନ୍ତ ସମିରଣ ll

       ପ୍ରେମ ଦୁଇ ଆତ୍ମା ର ମିଳନ

        ଅପୂର୍ବ ଅନୁଭୂତି ର ଶିହରଣ

        ପ୍ରେମ ଏକ ନିର୍ଜରିଣୀ ଧାରା

         ଏକ ଜୀବନ୍ତ କବିତା

         ସେତ ଅଦୃଶ୍ୟ ମରୀଚିକା

         ସେତ ଦୀପ ର ସଳିତା ll

        ପ୍ରେମ ଦୟା ପ୍ରେମ କ୍ଷମା

        ପ୍ରେମ ଅସରନ୍ତି ଆବେଗ

        ପ୍ରେମ ମାନେ ନାହିଁ ବାଢ ବନ୍ଧ ଢେଉ

        ପ୍ରେମ ସତେ ଏକ ସରଗ ll

         ଇତିହାସ ପୁରାଣ ମୁକ ସାକ୍ଷୀ

         ପ୍ରେମ ପାଇ କେତେ ରକ୍ତ ବୋହିଛି

         ସତେ ସେ ଏକ କୁହୁକ ପେଡି

         ଯିଏ ପାଏ ସେ ବି ଝୁରଇ

         ଯିଏ ନ ପାଏ ସେ ବି ଝୁରଇ ll

       ପ୍ରେମ ଏକ ଅପୁଲକିତ ସ୍ପର୍ଶ

       ଅନିତ୍ୟ ଅନିନ୍ଦ୍ୟ ଶାଶ୍ୱତ ଓ ପାରିଜାତ

       କୃଷ୍ଣ ରାଧାର ପ୍ରେମ ରାମ ସୀତା ର ପ୍ରେମ

        ହର ପାର୍ବତୀ ପ୍ରେମ

     ପୁଣି ଲେଲା ମଜନୁ କି କେଦାର ଗୌରୀ ପ୍ରେମ

      ଏକ କାଳଜୟୀ ସ୍ତମ୍ଭ

       ଆଉ ଯୁଗେ ଯୁଗେ ପ୍ରେମର ପ୍ରତିବିମ୍ବ ll




        

      

         

         

        

   

      

      

     

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract