STORYMIRROR

Prasanta kumar Hota

Romance

2  

Prasanta kumar Hota

Romance

ପ୍ରେମ ପ୍ରମୋଦିନୀ

ପ୍ରେମ ପ୍ରମୋଦିନୀ

1 min
13.8K


ପ୍ରେମ ପ୍ରମୋଦିନୀ ହେଲେ ନିର୍ଝରିଣୀ

ହୃଦୟର ହରାରାତି

ପାଉଥାଏ ପ୍ରେମ ପାରମିତ ସମ

ଦେଉଥାଏ ପରାବର୍ତ୍ତି


ପୁରୁଷ ପରଶେ ପ୍ରୀତିର ବରଷେ

ଯଉବନେ ପ୍ରେମ ଅତି

ସେ ପରଶ ଯଦି ଭାବରେ ଭରଷେ

ପ୍ରେମ ନିରନ୍ତର ଗତି


ଦେହାତୀତ ପ୍ରେମ ଦେହ ଖୋଜେନାହି

ଦେହ ଏକ କ୍ରିୟା ତାର

ବିଦେହର ପ୍ରେମ ସତ୍ତ୍ଵ ଗୁଣେ ସମ

ଝରୁଥାଏ ପ୍ରୀତି ଝର


ଯାପାଶେ ବିଭବ ପ୍ରେମର ପରାଦ

ପାଉଥାଏ ମଧୁ ସ୍ଵାଦ

ସେଥିପାଇଁ ପ୍ରେମ ନୁହେଁ କେବେ ପାପ

ପ୍ରେମ ପରସ୍ପର ଭାବ


କିଏ କହେ ପ୍ରେମ ଉଛୁଳା ଯୌବନ

ପ୍ରଣୟରେ ତାର ଶକ୍ତି

ପାଉଥିଲେ ଦେଇ ପାଉଥିଲେ ନେଇ

ମଦନରେ ମୋହେ ରତି


କିଏ କହେ ପୁଣି ପ୍ରେମ ନିବେଦନ

ଆତ୍ମା ଦେହ ସମର୍ପଣ

ନପାଇଲେ ପ୍ରେମ ବଞ୍ଚିବା ଜୀବନ

ହେଉଥାଏ ଅପଘୃଣ


ସେହି ପ୍ରେମ ପୁଣି ପୂଜାରିଣୀ ସାଜେ

ହୃଦୟର ହୁଏ ହାର

କେତେ ସ୍ଵପ୍ନ ଦେଖେ ଦେବାକୁ ଗୁଞ୍ଜର

ହେଉଥାଏ ଅଭିସାର


ପ୍ରେମ ଦେଲେ ସ୍ଵପ୍ନ ନଗ୍ନତା ନଟନ

ନବଦ୍ୟରେ ଯାଏ ଦିନ

ନବୋଦ୍ୟମ ବୃଥା ହେଉଥାଏ ଯଥା

ନବଶଶୀ ନବଘନ


ପ୍ରେମ ବହ୍ନି ଶିଖା ପ୍ରେମରେ ପ୍ରତୀକ୍ଷା

ପ୍ରେମରେ ଦ୍ବେଷ ବିଦ୍ବେଷ

ନମାନନ୍ତି ଝଡ ଝଞ୍ଜାର ଆକ୍ରୋଷ

ପିଉଥାନ୍ତି ପଛେ ବିଷ


ପ୍ରେମ ପରିଭାଷା ପ୍ରୀତିର ପରଷା

ଅମରୁତ ସମ ଆଶା

ଜୀବନ ସାର୍ଥକ ଶାଶ୍ଵତ ସୁଖଦ

ହେଉଥିଲେ ପରିତୋଷା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance