STORYMIRROR

Sambit Srikumar

Abstract Classics

4  

Sambit Srikumar

Abstract Classics

ପ୍ରେମ ପଣ୍ଯ

ପ୍ରେମ ପଣ୍ଯ

1 min
364


ବଜାରବାଦୀ ଯୁଗରେ ପ୍ରେମ ସାଜିଛି ପଣ୍ୟ

ଦେହ ସର୍ବସ୍ବ ରୀତିରେ ମନ ପ୍ରାଣ ଶୂନ୍ୟ

ନିତି ନିଲାମ କରୁଛି ନିଜକୁ ହାଇଟେକ୍ ହାଟରେ

ତଉଲୁଛି ଆପଣା ମୂଲ୍ୟ ଡଲାର ପାଉଣ୍ଡ କାଟରେ!!

ସଂଭୋଗ ଲାଳସା ପାଶେ ପାପ ପୂଣ୍ୟ ଗୌଣ

ପ୍ରତିଟି କ୍ଷଣ ଯୌବନେ ଏକଇ ମହାର୍ଘ ଫଗୁଣ

ପ୍ରତିଶ୍ରୁତି ପାଣିଗାର ସବୁ ଖଳ ଛଳନାରେ ପୂର୍ଣ୍ଣ

ନିଠୁର ଯନ୍ତ୍ରଣାଭରା ବିଡମ୍ବିତ ଅବାଞ୍ଛିତ ପ୍ରତିଦାନ!!

ଦେହାତୀତ ଶାଶ୍ୱତ ନୈସର୍ଗିକ ବିଲୁପ୍ତ ବୈଭବ

ପ୍ରେମ ଆଜି ପଣ୍ଯ ଏହା ସତ୍ୟ ଶହେ ଭାଗ

ଦେହର ମୋହ ହେତୁ ପ୍ରେମ ନାମରେ ଦୁର୍ନାମ

ଭୁଲି ହିତାହିତ ଜ୍ଞାନ ପ୍ରେମୀ ସାଜେ ଧରାଧାମ!

ଅର୍ଥ ଲାଗି ତୁଚ୍ଛ ତପ - ତ୍ଯାଗ - ଧର୍ମ - ପୁଣ୍ୟ

ବଜାରବାଦ ଅର୍ଥନୀତିରେ ପ୍ରେମ ପାଲଟିଛି ପଣ୍ଯ ।।


Rate this content
Log in

Similar oriya poem from Abstract