STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ପ୍ରେମ ଫଳ

ପ୍ରେମ ଫଳ

1 min
14.3K


ଖାଇଦେଲେ ବୋଲି ଆଦାମ ଓ ଇଭ
ସଂସାର ବୃକ୍ଷ ର ଫଳ
ଜାଗରିତ ହେଲା ପ୍ରେମ ପରସ୍ପର
ଦେଖିଲେ ନବୀନ କାଳ

ସୁନ୍ଦର ସୃଷ୍ଟି ରେ ଶୋଭା ବିରାଜିଲା
ପ୍ରେମ ହେଲା ପ୍ରଭାମୟ
ଶୃଙ୍ଗାର ରସରେ ସଂସାର ରଚିଲା
ଜନ୍ମ ନେଲା ମାୟା ମୋହ

ଜଗତ ଦେଖିଲା ପ୍ରେମ ଆକର୍ଷଣ
ପ୍ରେମ ହେଲା ସର୍ବ ମୂଳ
ପ୍ରେମ ନଥିଲେକି ଥାଆନ୍ତା ଦୁନିଆ
ପ୍ରେମ ହିଁ ସଂସାର କୁଳ

ଲଳିତା ପ୍ରେମରେ ବିଦ୍ୟାପତି ଦେଲେ
ଜଗନ୍ନାଥ ପୁରୀ ଧାମ
ଲଇଲା ମଜୁନୁ ହୀର ରଂଜା ପୁଣି
ପ୍ରେମ କଲେ ମହାଦ୍ରୁମ

ରାଧାକୃଷ୍ଣ ପ୍ରେମ ଅମର ଅମ୍ଳାନ
ଦେଖେ ନାହିଁ ଜାତି ଧର୍ମ
ପଞ୍ଚ ପତି ଥାଇ ହେଳେ ଦ୍ରଉପଦୀ
ଭାବୁଥିଲେ ମନେ କର୍ଣ୍ଣ

ଶିବଙ୍କୁ ପାର୍ବତୀ ଲକ୍ଷ୍ମୀ ନାରାୟଣ
ଲୀଳା ତାଙ୍କ ଅନୁପମ
ଦେହଠାରୁ ଦୂର ଆତ୍ମା ପରସ୍ପର
ହୁଏ ନାହିଁ କେବେ ଭିନ୍ନ

ପ୍ରେମ ପାରାବାରେ ସଂସାର ନାବରେ
ପାଏନାହିଁ ଆତକାତ
କିଏ ପାରିହୁଏ କିଏ ନାଶଯାଏ
ପ୍ରେମ କିନ୍ତୁ ଅମରୁତ

ପ୍ରେମ ନୁହେଁ ଦେହ ଆଦାନ ପ୍ରଦାନ
ପ୍ରେମ ପରସ୍ପର ତ୍ୟାଗ
ପ୍ରେମ ପାଇଁ ସଦା ଜୀବନ ଉତ୍ସର୍ଗ
ପ୍ରେମ ନୁହେଁ ଅପବାଦ

ପ୍ରଶାନ୍ତ କୁମାର ହୋତା 🙏🙏


Rate this content
Log in

Similar oriya poem from Romance