STORYMIRROR

Gouranga Charan Beura

Romance

3  

Gouranga Charan Beura

Romance

ପ୍ରେମ କୁଆଁରୀ

ପ୍ରେମ କୁଆଁରୀ

1 min
195

ସଂଜୁଆ ମଳୟେ କନକ ଗୋରୀ,

ଫୁରୁଫୁରୁ କେଶେ ମନକୁ ମାରି,

ମୁକୁଳା କରିଛି ସୁନା କବରୀ,

ଖୋଲି ଦେଇଛି ସେ ପୀରତି ଡୋରୀ,

       ଫୁଲେଇ ରାଧା.......

ବାସ ମଳୟର ପୀରତି ସୁଧା....॥

ଆଖିମାରେ ତାକୁ ସଂଜୁଆ ତାରା,

ଛାଇ ଅନ୍ଧାରର ଲୋଟଣୀ ପାରା,

ସଜାଇ ବସିଛି ପ୍ରେମ ପସରା,

କୋଇଲି ସୁରରେ ହୋଇ ଅଧୀରା,

       ସୁନା ଚଢେଇ........

ଆଖିମାରେ ଅଧା ଚାନ୍ଦକୁ ଚାହିଁ.......॥

ସୁନ୍ଦରୀ ତନୁରେ କାଳ ବୈଶାଖି,

କଜଳ ଗାରରେ ମାରୁଛି ଆଖି,

ଅଳସ ଭାଂଗଇ ମଧୁ ମଳୟେ,

ପ୍ରେମଭାଷା ସଦା ବୁହାଉ ଥାଏ,

       ଚଇତି ଘୋଡୀ......,

ଦେହରେ ଭାଂଗୁଛି ପ୍ରେମ ଲହଡି..॥

ନହୁଲି ବୟସି ପ୍ରେମ ପ୍ରବଣା,

ତନୁରେ ଭରିଛି ପୀରତି ପଣା,

କେଶକୁ ସଜାଇ ମଲ୍ଲୀ ମହ୍ଲାରେ,

ପ୍ରେମିକ ମନରେ ଭାବ ନିଖାରେ,

        ମରତ ପରୀ.........,

ପୀରତି କୁଂଜର ପ୍ରେମ କୁଆଁରୀ..........॥

ପ୍ରେମ ଫାସ ଫେଇ ସଂଜ ଆସରେ,

ଅଧାର ବୁଣିଛି କାମ ଆଶାରେ,

ଲୁଚି ବସିଛି ସେ ସଂଜ ଆଳୟେ,

ପ୍ରେମିକ ବାନ୍ଧିବ ମନ ବଳୟେ,

         ସାଜି ନାଗୁଣୀ........,

ପ୍ରେମ ଫଣା ସତେ ସାଜେ ଓଢଣୀ.......॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance