STORYMIRROR

Sadananda Sahoo

Romance

2  

Sadananda Sahoo

Romance

ପ୍ରେମ ଏକ ସୁନା ବସା

ପ୍ରେମ ଏକ ସୁନା ବସା

1 min
111

ସମ୍ପର୍କ ସମ୍ବନ୍ଧ ପ୍ରେମ ରୂପ ରେଖ 

   ସ୍ଵର୍ଣ୍ଣ ନୀଡ ଦିଏ ଗଢି , 

ଉଦ୍ଭାସିତ ହୁଏ ପ୍ରେମ ଉପଚାରେ 

    ସରସ ସୁନ୍ଦର ଯୋଡି


ଦୁଇ ହୃଦୟର ଅପୁର୍ବ ମିଳନ 

    ବିଧାତାର ଆଶିର୍ବାଦ , 

ଆତ୍ମା ମନ ଶୁଦ୍ଧ ନିଆରା ଏ'ପ୍ରେମ 

    ସମାଜରେ ପ୍ରତିଷ୍ଠିତ


ସରଗ ମର୍ତ୍ତ୍ୟରେ ଶୁଭାଶିଷ ଅର୍ଜେ

    ଆକାଶରୁ ଝରେ ପୁଷ୍ପ ,

କୋଟି ଜନମର ପୁଣ୍ୟ ଫଳ ସତ 

    ସ୍ପର୍ଶ କରେ ନାହିଁ ପାପ


ପ୍ରେମରେ କଳଙ୍କ ନୁହେଁ ଶୁଭଙ୍କର 

    ପ୍ରେମପ୍ରେମୀ ମନମାନି , 

ପ୍ରେମର ସମ୍ମାନ ରଖହେ ଅକ୍ଷୁର୍ଣ୍ଣ 

     ସମ୍ପର୍କ ହେବନି ହାନି


ସ୍ଵର୍ଗୀୟ ପ୍ରେମର ରୂପରେଖ ଭିନ୍ନ 

     ପବିତ୍ରତା ଥାଏ ଭରି , 

ଅବସନ୍ଧି ହୀନ ଦୁଇ  ମନପ୍ରାଣ 

     ସତ୍ୟତାର ବ୍ରତଚାରୀ


ପ୍ରେମ ଫୁଲବାସେ ବାସ ତା'ଚହଟେ 

     କୁହୁକ ସ୍ପର୍ଶରେ ଜାଣି , 

ବିଶ୍ଵାସର ପ୍ରେମ ଭୋଗ୍ଯ ଉପଜୀବ୍ୟ 

     ଚେତନା ସରାଗି ମଣି


ପ୍ରେମ ବସାଗଢ଼ ପ୍ରେମୀକ ମାଣିକ 

    ସୁରମ୍ୟ ଏ ' ଉପହାର , 

ପ୍ରେମିକା ସୁନ୍ଦରୀ ବ୍ରତ ଉପଚାରୀ 

     ଢାଳିଦେବ ପ୍ରେମନୀର


ପ୍ରେମ ପାଇଁ କବି ନିତି ଲେଖେ ଭାବି 

     ପ୍ରେମର ଗହନ କଥା , 

ସାଧା କାଗଜରେ ଶବଦକୁ ଥାପେ 

    କାହାକୁ ନ'ଦେଇ ବ୍ୟଥା


Rate this content
Log in

Similar oriya poem from Romance