STORYMIRROR

BULU BEHERA

Romance

3  

BULU BEHERA

Romance

ପ୍ରେମ ଏକ ଲୁଚକାଳି ଖେଳ

ପ୍ରେମ ଏକ ଲୁଚକାଳି ଖେଳ

1 min
200

ତୁମେ ମୋର  ଅମାବାସ୍ୟାର


ଚାନ୍ଦିନୀ ହେଲେ,


ମୁଁ ତୁମ  ପାଇଁ  କୃଷ୍ଣ ପକ୍ଷର


ହେବି ରଜନୀ l


ତୁମେ ମୋର  ପୁର୍ଣିମାର


ଚାନ୍ଦ   ହେଲେ


ମୁଁ ହେବି ତୁମର


କଳା  ଜିମୂତ l


ତୁମେ ମୋର ବିଜୁଳିର


ଝଲକ  ହେଲେ ମୁଁ  ହେବି


ଘଡଘଡିର  ଚମକ l


ତୁମେ ମୋର  ପାଦପର


ସୁଶୀତଳ  ଛାଇ  ହେଲେ


ମୁଁ ହେବି ତୁମ  ପାଇଁ


ସୂର୍ଯ୍ୟଙ୍କର ଆଲୋକ


ଏଇ ଆମ  ଲୁଚକାଳି


ଚୋରା ପୀରତି ଖେଳିବାକୁ


ଭାରି  ଭଲ  ଲାଗେ ମୋତେ l


ମୁଁ ଏମିତି  କେତେ   ସବୁ


ଖେଳ  ଖେଳିଛି


କିନ୍ତୁ ଏମିତିକା ଖେଳ


କେବେହେଲେ ଖେଳିନାହିଁ


ଏଇ ଲୁଚକାଳି  ଛାଇ


ଆଲୋକର  ଖେଳ


ଆମେ  ଛୋଟ  ପିଲା ପରି


କେତେଦିନ  ଏହିପରି 


ଖେଳ  ଖେଳୁଥିବା


ସବୁ  ଖେଳର  ଆରମ୍ଭ  ଆଉ


ଅନ୍ତ  ମଧ୍ୟ   ରହିଛି  l


ବର୍ତ୍ତମାନ  ଆମ  ପ୍ରେମର


ଅନ୍ତିମ  ପର୍ଯ୍ୟାୟରେ  ଆସି 


 ଉପସ୍ଥିତ  ହୋଇଅଛି l


ତାହା ହେଉଛି  ଆମର


ଏହି   ପ୍ରେମ  ବିବାହ


ଏହାଛଡା  ଆମର  


ଅନ୍ୟ ଗତି  ନାହିଁ l


ତେଣୁ  ଏ ଲୁଚକାଳି 


ଖେଳର  ପ୍ରକୃତ ପୁରସ୍କାର


ହେଉଛି  ପରା ଆମର


ଶୁଭ  ପରିଣୟ  l


ଆସ  ପ୍ରିୟେ ଆଉ  ଜମା


ଡେରି ନ କରି  ଆମେ


ବିବାହ  ବନ୍ଧନରେ


ବାନ୍ଧି  ହୋଇଯିବା 


ଚିରଦିନ  ପାଇଁ l

 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance