Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ପ୍ରେମ ଦିବସର ହସ

ପ୍ରେମ ଦିବସର ହସ

1 min
3.1K


ପ୍ରେମ ସମ୍ଭାବନା ବିଶ୍ଵାସର ବସା 

   ଭାବନା ସଂଲଗ୍ନ ଭାବ , 

ଦୁଇଟି ମନର ଦୁଇଟି  ଆତ୍ମାର 

    ମହା ମିଳନର ପର୍ବ


ପ୍ରେମ ଉପଜୀବ୍ୟ ପ୍ରେମ ଉପଭୋଗ୍ୟ 

     ସମର୍ପଣ ଆଧାର'ରେ 

ପ୍ରେମ ହସ ଫୁଲ ଅମୂଲ ତା' ମୂଲ 

   ସ୍ନେହଁ ପୁର୍ଣ୍ଣ ସୌହାର୍ଦ୍ଧ୍ୟରେ 


ଆତ୍ମା ପାରିତୋଷ ଆଭାଷ ବିଭାସ 

    ସୁକଲ୍ଯାଣେ ପ୍ରେମୀହସେ , 

ସମ୍ମତି ସ୍ଵୀକୃତି  ପ୍ରେମର ଆଦୃତି 

    ଆଳାପେ ବିଳାପେ ଭାସେ


ଦେହାତୀତ ସୁଖ ସିନ୍ଦୁର'ର ମିତ 

    ପବିତ୍ରତା  ବନ୍ଧନରେ , 

ପ୍ରକ୍ରିୟା ପ୍ରୀତି  କଳଙ୍କିତ ଛବି 

    ସମାଜିକ  ନିଷ୍ପତିରେ


ପ୍ରେମ ଫୁଲ ବାସୁ ବାସତା' ଚହଟୁ 

    ହେ'ପ୍ରେମୀ ସମାଜ ବନ୍ଧୁ , 

ଦେହସୁଖ ଲାଭ ନୁହେଁ ପ୍ରେମ ଭାବ 

    ସମ୍ପର୍କେ ହସୁଛି ସିନ୍ଧୁ 


ପ୍ରେମିକା ନାୟିକା ସ୍ମୃତି ଅନାମିକା 

      ପାଳୁଛି ପ୍ରେମ ଦିବସ , 

ମନ୍ଦିର ବେଢାରେ ଘୃତବତୀ ଜାଳି 

      ଶୁଭ ମନାସୁଛି ସତ


ମନ ହୃଦୟର   ପବିତ୍ର ମିଳନ 

      ସଂଗଠିତ ହେଵ କେବେ , 

ଆସିବକି ପ୍ରେମୀ ସତେ ହସିହସି 

     ନେଇଯିବ ମହା ଭାବେ


ପାରୋ ଦେବଦାସ ପ୍ରେମର ପ୍ରତୀକ 

     ସର୍ବଶ୍ରେଷ୍ଠ  ପ୍ରେମପ୍ରେମୀ , 

ଆଦର୍ଶ ପ୍ରେମର ଜ୍ଜ୍ଵଳନ୍ତ ପ୍ରମାଣ 

     ଇତିହାସ   ମୁକସାକ୍ଷି


ଲୈଲା ମଜୁମ  ପ୍ରେମର କୁସୁମ 

      ପ୍ରେମର ବାରିଧି ଧାରା , 

ସ୍ଵର୍ଗୀୟ ପ୍ରେମର ଉଥାଳ ତରଙ୍ଗ 

      ଆଜିବି ଖୋଜୁଛି ଧରା


ବିଦେଶ ମାଟିର ଭାଲେଣ୍ଟାଇନ ପ୍ରେମ 

    ଉଜ୍ଜୀବିତ ହୋଇ ଉଠେ , 

ପ୍ରେମ ସମର୍ପଣ କେତେଯେ ବଳିଷ୍ଠ 

    ବିଶ୍ଵ ବ୍ରହ୍ମାଣ୍ଡ  ଖୋଜେ


ପ୍ରେମ ପାଇଁ ତ୍ୟାଗ ପ୍ରେମ ପାଇଁ ହସ 

     ସମର୍ପଣେ  ରଖଚିତ୍ତ , 

ହସିବ ପ୍ରେମିକା  ସୃଷ୍ଟି ସଞ୍ଚାରିକା 

      ବଢିବ ମାନ ମହତ୍ତ


ପ୍ରେମ ଦିବସର କବିତାଟି ମୋର 

     ଜନାଦୃତ ହେଉ ଭାଇ , 

ପ୍ରେମୀକ ପ୍ରେମିକା ପଢନ୍ତୁ କବିତା 

    ସ୍ମୃତିକୁ ମନେ  ପକାଇ


Rate this content
Log in

Similar oriya poem from Romance