ପ୍ରେମ ଦିବସ
ପ୍ରେମ ଦିବସ
ନିଜ ଦେଶକୁ ତୁମେ ସୁରକ୍ଷା ଯେ ଦେଇ
ଭୂମିରେ ପଡିଲ ଟଳି
ସହିଦ୍ ଦିବସେ ହେ ସହିଦ୍ ବୀର
ଘେନ ଅଶ୍ରୁ ଶ୍ରଦ୍ଧାଞ୍ଜଳି
ରହୁ କିର୍ତ୍ତି ଯଶ ଚିରଦିନ ପାଇଁ
ଭାରତ ଭୂମିରେ ତୁମ
ଅଲିଭା ଅକ୍ଷରେ ଲେଖି ଦେଇଗଲ
ବୀରଙ୍କ ମଧ୍ଯରେ ନାମ
ଅରଜି କୋଟି ସୁନାମ
ଜନ୍ମ ଦାତା ଜନ୍ମଦାତ୍ରୀ ତୁମେ ମୋର
ଘେନ ମୋ କୋଟି ପ୍ରଣାମ
ତୁମ ପାଦ ପଦ୍ମେ ରହିଥାଉ ସଦା
ଏହି ମୋର ମନ ଧ୍ଯାନ
ମାତୃ ପିତୃ ଏଇ ପୂଜନ ଦିବସ
ହେଉ ସବୁ ଦିନ ମୋର
ମାତୃ ପିତୃ ପାଦ ପଦ୍ମ ସେବା କରି
ବିତୁ ଏ ଜୀବନ ମୋର
ତୁମ କଥା ମିଠା ତୁମ ହସ ମିଠା
ଆଉ ମିଠା ତୁମ ପ୍ରେମ
ଘେନ ହୃଦୟରୁ ପ୍ରେମ ଦିବସର
ଶୁଭେଚ୍ଛା ଅଭିନନ୍ଦନ
ପ୍ରେମ ଦିବସରେ ପ୍ରିୟା ତୁମ ପାଇଁ
ଅଣିଛି ଗୋଲାପ ତୋଳି
ଗୋଲାପକୁ ନେଇ ପ୍ରିତୀର ପରସ
ଦିଅ ମୋ ହୃଦୟେ ଢାଳି
