Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriya Pattnaik

Romance

4.2  

Sriya Pattnaik

Romance

ପ୍ରେମ (ଭାଗ- ୧)

ପ୍ରେମ (ଭାଗ- ୧)

1 min
240


ଆଜି ବି ତାଜା ତାଜା ସେଇ ପୁରୁଣା ଦିନ

ମନର ସିନ୍ଦୁକେ ସାଇଥିଛି ଆଜୀବନ ।

ପ୍ରେମର ଆରମ୍ଭରୁ ଯେ ଆଜି ବର୍ତ୍ତମାନ

ପ୍ରତିଟି ମୁହୁର୍ତ୍ତ ପ୍ରେମ କାବ୍ୟର ପୃଷ୍ଠା ସମାନ ॥୧

ପ୍ରଥମ ମିଳନର ସେହି ପବିତ୍ର ସ୍ଥାନ

ନିଇତି ଯିବାକୁ ଖୋଜେ ଏ ମନ ।

ହୃଦୟ ସ୍ପର୍ଶୀ ତୋ କୋକିଳ ସ୍ୱରରେ

ଆପଣାର କରିଦେଲୁ ଦେଇ ମନପ୍ରାଣ ॥୨

ଅଚିଂହା ଅଜଣା ଦୃଷ୍ଟିର କୋଣେ

ତୋ ପାଇଁ ଥିଲି ଅପରିଚିତ ଜଣେ ।

ନିକଟରୁ ନିକଟ ଏଡାଇ ଦେଇ ଆକଟ

ହୃଦୟେ ପ୍ରବେଶ ଖୋଲିଲୁ ବାଟ ॥୩

ନୂଆ ନୂଆ ପାଇଗଲି ପ୍ରେମର ଲବଣୀ

କେତେ ଦିନ ବାର ଆଉ ପାରିଲିନି ଗଣି ।

ଦେଖୁ ଦେଖୁ ବ୍ୟବଧାନ କମିଗଲା ଜାଣି

ଆଗକୁ ମେଲାଣି ଦେଲି ଆମ ପ୍ରେମ କାହାଣି ॥୪

ପ୍ରେମର ତୀର ଯେ ଭେଦ ଅଭେଦ୍ୟରେ

ଅମୂଲ୍ୟ ହୁଏ ପ୍ରେମ ସ୍ମୃତିର ବଳରେ ।

ମାନ, ଅଭିମାନ ,ବିଶ୍ୱାସ ଓ ସମର୍ପଣ ରୂପରେ

ଦୃଢ ହୁଏ ସମ୍ପର୍କ ଦୁଇ ହୃଦୟ ମଧ୍ୟରେ ॥୫

ଶ୍ରୀୟାକାନ୍ତ ପଟ୍ଟନାୟକ


Rate this content
Log in

Similar oriya poem from Romance