ଚିହ୍ନା ମୁହଁ
ଚିହ୍ନା ମୁହଁ
ଶୂନଶାନ ରାତିରେ ଦେଖିଲି ମୁଁ ଝିଅଟିଏ
ଭାରି ଚିହ୍ନା ଚିହ୍ନା ଲାଗୁଥିଲା ଜାଣିନି ସେ କିଏ
ଗମ୍ ଗମ୍ ହୋଇ ଝାଳ ତାର ବହି ଯାଉ ଥିଲା
ଅନ୍ଧାର ରାତିରେ ପାଦ ଥାପି ଥାପି ବାଟ ଚାଲୁଥିଲା
ଗୋରା ଦେହ ତାର ଝାଉଁଳି ଯାଇଥିଲା ସେ ଦିନ
ତା ଚୋରା ନଜରେ ସେ ନେଇ ଥିଲା ମୋ ମନ
ଏମିତି ଲାଗୁଥିଲା ତା ସହ ଦେଖାହୋଇଛି ଆଗରୁ
ମିଠା ମିଠା କଥା କହୁଥିଲା ସେ ତା ଚିହ୍ନା ମୁହଁରୁ
ପଚାରିଥିଲି ତାକୁ ଏତେ ଭୟ କରୁଛ କାହାକୁ
ଚୁପ୍ ଚାପ ହୋଇ ରହି କହିଲା ମୁଁ ଚାହେଁନା ବଞ୍ଚିବାକୁ
ମୋ ଉପରେ କେତେ ଅତ୍ୟାଚାର ହୋଇ ଚାଲିଛି
କେତେ ନର ପିଶାଚ ଘାତକ ହୋଇ ଆସିଛି
ପଚାରିଲି ତାକୁ ଏକା ଏକା ତୁମେ କୁଆଡେ ଯିବ
ଜୀବନ ଆମ ଅମୁଲ୍ୟ ସମ୍ପତ୍ତି ଆତ୍ମହତ୍ୟା ନ କରିବ
ସେ ମୋ କଥା ମାନି ଦୂର ରାଇଜକୁ ଚାଲିଗଲା
ତାକୁ କିଛି କହିବା ଆଗରୁ ଚିହ୍ନା ମୁହଁ ତାର ସ୍ମୃତି ହୋଇ ରହିଗଲା
ଏବେ ବି ସେ ଚିହ୍ନା ମୁହଁକୁ ସବୁଠି ଖୋଜୁଛି
କେମିତି ଅଛି କେଉଁଠି ଅଛି ତା କଥା ଭାବୁଛି
ମନ ରାଇଜରେ ଚିହ୍ନା ମୁହଁକୁ ତା ରଖିଛି ସାଇତି
ଭାବନାରେ ବୁଡି ଗଲେ ମନେ ପଡେ ସେଦିନ ରାତି ।