STORYMIRROR

Shashanka sekhar Ray

Abstract Others

3  

Shashanka sekhar Ray

Abstract Others

ପ୍ରବଞ୍ଚକ

ପ୍ରବଞ୍ଚକ

1 min
153


କିଏ ସେ ଈଶ୍ଵର

ଦେଖିଛ କି କେହି ତାଙ୍କୁ ଥରେ

ସୁନ୍ଦର ସୁନ୍ଦର ପ୍ରତିଛବି ସବୁ

ଆଙ୍କିହୁଏ 

ଯାହା ଖାଲି କଳ୍ପନା ରଙ୍ଗରେ ।

ତୁମେ ଅଲୌକିକ ଜଗତର ବସ୍ତୁ

ବିଜ୍ଞାନ ବିଶ୍ଵାସ କରେ କିନ୍ତୁ ବାସ୍ତବତାରେ 

କାଠ ପଥରେ ଆଙ୍କି ଅମୁହାଁ ଦେଉଳେ

ମନ୍ତ୍ର ଜପୁଥାଏ କେତେ ନାମରେ ।

ଧର୍ମ ଗ୍ରନ୍ଥର ବଟକରା ପକାଇ

ମାପୁଥାଏ ମଣିଷ ଅହରହ

ସ୍ଵାର୍ଥର ତରାଜୁରେ ।

ଜଡ ଠାରୁ ଚେତନ ଯାଏଁ

ଅଣୁ ପରମାଣୁରେ ବନ୍ଧା ସଭିଏଁ

ପଞ୍ଚଭୂତେ ଗଢା ପଞ୍ଚଭୂତେ ଲୀନ

ଜାଣି ବି ଅଜଣା କାହିଁକି

ଏ ଦୁର୍ବଳ ମଣିଷର ମନ ।

ତୁମ ସାନିଧ୍ୟପାଇଁ ବ୍ୟାକୁଳିତ

ସଜାଇ ନିଜକୁ ସନ୍ୟାସ

ଦିନରେ ବସନ୍ତ ରାତିରେ ବାସନ୍ତୀ

ବଦଳାଉଥାନ୍ତି ତାଙ୍କ ବେଶ

ତୁମ ରାସ୍ତାର ସାଜି ପଥ ପ୍ରଦର୍ଶକ

ସୁନାର ମୃଗ ଧରିବାର ଲୋଭ

ଟାଣୁଥାଏ ବିବେକକୁ ବାରମ୍ଵାର 

ଭୂଲ ହେଲେ କାନମୋଡି କାମୁଡେ ଜିଭ ।

ଶାନ୍ତିର ସଂଜ୍ଞା ଭୂଲିଥିବା ମଣିଷଟା

ଆତ୍ମଦହନେ ଜଳୁଥାଏ ନିଜେ 

କୋଟିପତି ସାଜେ ଭିକ୍ଷୁକ

ସ୍ଵର୍ଗକୁ ସିଡି ବାନ୍ଧିବାର ସ୍ଵପ୍ନେ ହଜେ ।

ଶହଶହ ଏଠି ଧର୍ଷିତା ଯାଜ୍ଞସେନୀ

ଲଜ୍ୟା ଢାଙ୍କିବାକୁ ନାହିଁ ଓଢଣୀ 

ସୁଦାମାର ଖୁଦଜାଉ ପେଜ ଚାଳଛପର

ବଦଳିଯାଉନି କାହିଁ ଭାଗ୍ୟ ତାହାର ।

ଶୁଭୁନି କାହାକୁ ମୃଗୁଣୀର ଆର୍ତ୍ତଚିତ୍କାର 

କୁମ୍ଭୀର ଟାଣିନେଉଛି ଗୋଡ ଐରାବତର 

ସମସ୍ତେ ସାଜିଛନ୍ତି ଏଠି ଆତ୍ମପ୍ରବଞ୍ଚକ

ଲୁଟିନେବେ ରକ୍ତ ଧରି ତୁମ ବେକ 

ବିଶ୍ଵାସର ମାଟି ହାଣ୍ଡି

ଲୁଣ ପରି ଖାଇଯିବ ତୁମ ଗଣ୍ଡି

ଅନ୍ଧ ବିଶ୍ଵାସର ଗଳିରେ 

ପଡୁଥିବ ଚମକି ତୁମେ

ବେଳେ ବେଳେ ନିଜ ଛେପକୁ ଢୋକି ଢୋକି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract