Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Others

3  

Sadananda Sahoo

Classics Others

ପ୍ରଭୁ ପାଦେ ଶରଣ

ପ୍ରଭୁ ପାଦେ ଶରଣ

1 min
17



କୃପାମୟ ବିଭୁ ଜଗନ୍ନାଥ ପ୍ରଭୁ 

  ଆଶାର ଆଲୋକ ଧାରା , 

ସର୍ବ ସଙ୍କଟରେ ତବ ନାମ ଭାସେ 

   ବିଶାଳ ହୃଦୟ ପରା ॥


ଭକ୍ତଜନ ବନ୍ଧୁ ଆହେ କୃପାସିନ୍ଧୁ 

     ହୃଦୟ ପରାଣ ମିତ , 

ସର୍ବ ସମ୍ଭାବନା ଅଶା ଆଶ୍ବାସନା 

    ଉଜ୍ଜୀବିତ କର ସତ ॥ 

ତବ ପାଦପଦ୍ମେ ତବ ଶ୍ରୀଚରଣେ 

     ଶତଶତ ପ୍ରଣିପାତ ॥ 


ଅଶା ଆକାଂକ୍ଷାର ପତିତ ପାବନ 

     ଉଡୁଛିତ  ଫରଫର , 

ଆହେ ଅନ୍ତର୍ଯ୍ୟାମୀ ଦୁଃଖ ବୁଝ ଜାଣି 

     ଭକତର  ନିରନ୍ତର ॥ 


ସ୍ମୃ୍ତି ଅନୁଭୂତି ଜଗନ୍ନାଥ ପ୍ରୀତି 

    ସର୍ବଯୁଗେ ପରିବ୍ୟାପ୍ତ , 

ଭାବର ଠାକୁର ଅଭାବରେ ମିତ 

    ଅନୁଭବେ  ଅନୁତପ୍ତ ॥ 

ତବ ପାଦପଦ୍ମେ ତବ ଶ୍ରୀଚରଣେ 

    ଶତଶତ  ପ୍ରଣିପାତ ॥ 


ତୁମ୍ଭରି କରୁଣା କେବେ ନୁହେଁ ଊଣା 

   ସର୍ବେ ଆମ୍ଭେ ଭୁକ୍ତ ଭୋଗି , 

ସବୁ ଅସମ୍ଭବ  କରତ ସମ୍ଭବ 

   ଚମତ୍କାରୀ  ଅନୁରାଗୀ  ॥ 


ଭକତି ପ୍ରଣତୀ ଯିଏବି ଢାଳିଛି 

   ଶୁଣିଛ ତା' ଅଭିଯୋଗ , 

ନିମିଷକ ମଧ୍ୟେ ସମସ୍ୟା ସାଧନେ 

   ଦେଖାଅ ସତ୍ୟର ମାର୍ଗ ॥ 

ତବ ପାଦପଦ୍ମେ ତବ ଶ୍ରୀଚରଣେ 

    ଶତଶତ  ପ୍ରଣିପାତ ॥ 


ଜୟ ଜଗନ୍ନାଥ ଜଗତର ନାଥ 

    ଦୁଃଖିଜନ ପ୍ରାଣ ବନ୍ଧୁ , 

ଏ'ବିଶ୍ଵ ବ୍ରହ୍ମାଣ୍ଡ  ତୁମ୍ଭରି ସ୍ଵିକୃତ 

   ଶ୍ରୀଚରଣେ ଲୋଟେ ସିନ୍ଧୁ ॥ 


କବି ଗୀତିକାର ତୁମ୍ଭରି ଭକତ 

    ଶୁଭାଶିଷ ଦିଅ ନାଥ , 

ଲେଖନୀ କଲମ ସାଉଁଟୁ ବିଭବ 

    ଜଳାଞ୍ଜଳି ଦେଇ ସ୍ବାର୍ଥ ॥ 

ତବ ପାଦପଦ୍ମେ ତବ ଶ୍ରୀଚରଣେ 

    ଶତଶତ  ପ୍ରଣିପାତ ॥


Rate this content
Log in

Similar oriya poem from Classics