STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରଭୁ ଜଗନ୍ନାଥ

ପ୍ରଭୁ ଜଗନ୍ନାଥ

1 min
328

ସବୁତ ଅର୍ପଣ କରିଛି କାଳିଆ   

  ପଦ ଯୁଗଳରେ ତୁମ

ମନଟି ରଖିଛି ଚକାନୟନରେ

  ଅଟେଟି ମନୁଷ୍ୟ ଧର୍ମ

ରାତ୍ର ଓ ଦିବସ ଚିନ୍ତା କରୁଅଛି

    କେବଳ ତୁମ।


ପ୍ରଭୁ କୃପାସିନ୍ଧୁ କୃପା କରିଦିଅ

  ଜୀବନ କର ସାର୍ଥକ

ମାଗୁ ନାହିଁ ଧନ ମାଗୁନି ବୈଭବ

  କରୁଣା ଥାଉ ପ୍ରଭୁଙ୍କ

ସତ୍ୟ ବାଟ ଦିଅ କର୍ମ ପଥ ଦିଅ

    ଦିଅ ବିବେକ।


ବୃଦ୍ଧ ଏ ବୟସ ଶୂନ୍ୟ ହୁଏ ତନୁ

  ତହୁଁ ହୁଏ ଦୃଶ୍ୟ ନିମ୍ନ

ହୁଏ ଯୋଗବଳୁ ସଞ୍ଚାର ଶରୀର

  ବୁଦ୍ଧି ଓ ବିବେକ ଶୁନ୍ୟ

ହେ ବଡ଼ଠାକୁର ଦେଖମୋ ଅବସ୍ଥା

    ଦିଅହେ ଜ୍ଞାନ।


ଶାସ୍ତ୍ରର ବଚନ ଦୁର୍ଲ୍ଲଭ ଜୀବନ

  ମନୁଷ୍ୟ ଜୀବନ ପରା

କର୍ମଜ୍ଞାନପରା ସର୍ବୋଚ୍ଚ ମନୁଷ୍ୟେ

  ହୃଦୟରେ ଗୁଞ୍ଜୁ ସାରା

ଜନଜନ ସେବା କର୍ତ୍ତବ୍ୟ ଜୀବନେ

    ରଖହେ ଭରା।


ଦିଶେ ନୀଳଚକ୍ର ଚକାନୟନରେ

   ବଡ଼ଦାଣ୍ଡ ଦିଶୁଅଛି,

କଳିଙ୍ଗ ସାଗର ଗର୍ଜ୍ଜନ କରୁଛି

   ଭକ୍ତ ରାବ୍ ଶୁଭୁଅଛି

କାଳିଆ କାଳିଆ ହୃଦେ ଗୁଞ୍ଜୁଅଛି

    ତୋତେ ଡାକୁଛି।


ଉପଦେଶ ତୋର ହୃଦେ ଗୁଞ୍ଜୁ ଥାଉ

  ଦେଇ ଥିଲୁ ଅର୍ଜୁନଙ୍କୁ

କର୍ମ ଜ୍ଞାନ ଯହୁଁ ଶ୍ରେଷ୍ଠ କରି ଅଛୁ

   ଶିକ୍ଷା ଦିଏ ଜନତାଙ୍କୁ

ରାଷ୍ଟ୍ର ଧର୍ମ ପରା ସର୍ବୋଚ୍ଚ ଅଟେଟି

     ଜ୍ଞାନ ଧର୍ମକୁ।


ନିରାକାର ପ୍ରଭୁ ଅନାଦି ଅନନ୍ତ

  ଜପମାଳୀ ଅଟୁ ମୋର

ଯହୁଁ ତପସ୍ଥଳୀ ହୃଦୟ ଦେଇଛୁ

   ଗୁଞ୍ଜୁ ନାମ ନିରନ୍ତର

ଅଜ୍ଞାନୀ ମୁହିଁରେ କବିତା ଲେଖୁଛି

   ମୁହିଁରେ ଛାର ।


ଦିଅ ଶକ୍ତି ପ୍ରଭୁ କଲମ ମୁନରେ

   ଆସିଛି ଅମୃତ କାଳ

ରହୁ ଅବଦାନ କବିତା ମାଧ୍ୟମେ

   ଦିଅ ଶକ୍ତି ଆଉ ବଳ

କର ବିଶ୍ବଗୁରୁ ପବିତ୍ର ଧାମକୁ

    ଶାନ୍ତି ପ୍ରବଳ।


ବୃଦ୍ଧ ବୟସରେ ଲେଖୁଛି କବିତା

  ତବ ଚରଣରେ ଧ୍ୟାନ

ଅର୍ପିତ କରିଛି ରାଷ୍ଟ୍ରହୀତେ ପ୍ରାଣ

  ଦୂର କରହେ ଅଜ୍ଞାନ

ସତ୍ୟ ବାଟ ଦିଅ ଧର୍ମ ବାଟେ ନିଅ

    ତ୍ୟାଗରେ ମନ।


ନିତ୍ୟେ ରଚୁ ଥିବି କବିତା ତହର

   ଗାଉ ଥିବି ନାମ ତୋର

ଶଦ୍ଦ କହୁଥିବୁ ଲେଖୁ ଥିବି ମୁହିଁ

   କରିବୁ ରଚନା ମୋର

ଆଶା ଜୀବନର ତହୁଁ ପୂର୍ଣ୍ଣ ହେବ 

    ପରା ଇଚ୍ଛାର।


Rate this content
Log in

Similar oriya poem from Abstract