ପ୍ରଭେଦ
ପ୍ରଭେଦ
ତୁମର ମୋର ବନ୍ଧୁତା ସୁନ୍ଦର
ଜାତି ହେଉ ପଛେ ଭିନ୍ନ
ମୁଁ ଆଗେ ଆଗେ ତୁ ମୋ ପଛେପଛେ
ଦୁହିଁଙ୍କର ଏକା ମନ।
ପସନ୍ଦ ତୋର ବାହାରେ ବୁଲିବା
ମୋରବି ସକାଳ ବୁଲା
ଆମର ତୁହି ବହୁତ ବିଶ୍ବସ୍ତ
କହନ୍ତି ଦେଖିବା ବାଲା।
ସ୍ନେହ ବଦଳେ ଜୀବନ ଦେବାରେ
ତୋ ଭଳି ଅଛି କି କିଏ?
ପଶୁ ମଣିଷ ପ୍ରଭେଦ କେବଳ
ସ୍ବାର୍ଥ ହିଁ ବତାଇ ଦିଏ।
