ପ୍ରଭାତ ବର୍ଣ୍ଣନା
ପ୍ରଭାତ ବର୍ଣ୍ଣନା
ଅନ୍ଧକାର ସିନ୍ଦୁକରୁ ମୁକ୍ତ ହୋଇ ରବି,
ଧରିତ୍ରୀରେ ବିଞ୍ଚି ଦିଏ ଦିବ୍ୟ କାନ୍ତ ଛବି ।
ଉଦ୍ଭାଷିତ କରେ ସିଏ ରୂପ ପ୍ରକୃତିର,
ମୁଦ୍ରିତ ନୟନ ଖୋଲେ କରେ ଉଜାଗର ।
ଅଳସ ଭାଙ୍ଗଇ ତରୁ ମୃଦୁ ମଳୟରେ ,
ନିରବତା ଭଙ୍ଗ ହୁଏ ବିହଙ୍ଗ ସ୍ଵରରେ ।
ପୁଷ୍ପରାଜ ହସି ଉଠେ କାନନେ କାନନେ,
ସୁଗନ୍ଧ କୁ ବିତରାଇ ଗଗନେ ପବନେ ।
ଝରା ଶେଫାଳିର ଖୁସି ମାଟିର ସ୍ପର୍ଶରେ,
ମଧୁମକ୍ଷୀ ଉଡିଯାଏ ମଧୁସନ୍ଧାନରେ ।
ମଧୁ ମାଳତୀର ଗନ୍ଧ ଚୁପି ଚୁପି ଆସେ,
ଗୋଲାପର ପାଖୁଡାରେ ଭ୍ରମର ଯେ ହସେ ।
ପରାଜାପତିଟି ଉଡ଼େ ଫୁଲ ଛୁଇଁ ଛୁଇଁ ,
କ୍ଷେତ ଦିଗେ ଅଗ୍ରସର ହୁଏ ଚଷା ଭାଇ ।
କର୍ମତତ୍ପରେ ବିତଇ ପ୍ରଭାତର କାଳ,
ସତେ କିବା ଲାଗେ ସିଏ ଅମୃତର ବେଳ ।
ଏ ମୂହୁର୍ତ୍ତ ଥରୁଟିଏ ଅନୁଭବ କର,
ମନପ୍ରାଣେ ଭରିଯିବ ପ୍ରଶାନ୍ତିର ଝର ।
