STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ପର୍ବ ପର୍ବାଣି

ପର୍ବ ପର୍ବାଣି

1 min
392


ବାର ମାସେ ତେର ପର୍ବର ସମ୍ଭାର

ଧନ୍ୟ ଆମ୍ଭର ଏ ପରମ୍ପରା,

ବିଜ୍ଞାନ ସମ୍ମତ ଆର୍ଯ୍ୟ ଋଷି ମତେ

ସୁସଜ୍ଜିତ ଆମ କାର୍ଯ୍ୟଧାରା। 


ଧର୍ମ ନାମେ ଏଠି ଆୟୋଜିତ ହୁଏ

ଶୃଙ୍ଖଳିତ ମହା ଆଡ଼ମ୍ବର,

ଏକତାର ସୂତ୍ରେ ବାନ୍ଧି ହୋଇଯାଏ

ଦୂରେ ଥିବା ଯେତେ ସମ୍ପର୍କର। 


ଦୂର ହୁଏ ଯେତେ ଅବସାଦ ଘୋର

ଥାଏ ଯଦି କିଛି ଜୀବନରେ,

ଉଲ୍ଲାସର ପରିବେଶ ହୁଏ ସୃଷ୍ଟି

ପର୍ବ ପର୍ବାଣିର ବାହାନାରେ। 


ଈଶ୍ୱର ପ୍ରାପ୍ତିର ସାଧନାର କ୍ଷେତ୍ର

ପ୍ରସ୍ତୁତ ହୁଏ ଅକ୍ଲେଶରେ,

ଦେହ ମନ ପ୍ରାଣ ଶୁଦ୍ଧ ପୂତ ହୁଏ

ନିୟମ ନିଷ୍ଠାର ପାଳନରେ। 


ଚିନ୍ତା ଚେତନାରେ ପରିପୁଷ୍ଟ ହୁଏ

ବିଶୁଦ୍ଧ ଭାବର ପରିଭାଷା,

ଚରିତ୍ର ଗଠନ ପଥେ ଜାଗେ ଧୀରେ

ମନୁଷ୍ୟତ୍ଵର ମହତ ଆଶା। 


Rate this content
Log in

Similar oriya poem from Abstract