Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
215


ସବୁ ଥିଲା ମୋର ଦୋଷ

ଯେତେ ରାଗ ରୁଷା ରୋଷ

ହେଜୁଛି ଆଜି ଏକାନ୍ତ ବାସେ 

ପ୍ରବାସେ କରଇ କ୍ଷମା ଯାଚନା

ତୁମରି ବିଶାଳ ହୃଦୟ ପାଶେ!!


ପ୍ରଚଣ୍ଡ ଆତ୍ମାଭିମାନ ସହିତ

ତାରୁଣ୍ୟର ଉଦ୍ଧାମତା ଅହମିକାର

ଅମୁହାଁ ଅଫେରା ପ୍ରତିସ୍ପର୍ଦ୍ଧାରେ

ଲଂଘି ମୁଁ ଯାଇଛି ଅବିବେକୀତାରେ  

ସୃଷ୍ଟିର ସମସ୍ତ ସୀମାରେଖା!!


ଭୂଲୁଣ୍ଠିତ ବିବେକ କବଚ ମୋହର

କରିନାହିଁ କେବେ ତିଳେ ପ୍ରତିବାଦ 

ଅସଂଖ୍ୟ ଅଗଣିତ କ୍ଷତାକ୍ତ ହୃଦୟ

ପ୍ରତାରିତ ପ୍ରାଣର କରୁଣ ଆର୍ତ୍ତନାଦ

ପ୍ରସ୍ତର ଗାତ୍ରରେ କରିଛି ରେଖାପାତ!! 


କରଇ ଆଜି କୃତକର୍ମର ପଶ୍ଚାତାପ 

ଜାଣେନା ପାପ ପୂଣ୍ୟର ଫରକ 

ତଥାପି କରେ ଗଭୀର ମନସ୍ତାପ 

ଅବଶିଷ୍ଟ ଜୀବନ ଧରି ପଶ୍ଚାତାପ 

ହେବ ମୋ ଲାଗି ଶ୍ରେଷ୍ଠ ପ୍ରାୟଶ୍ଚିତ!!


Rate this content
Log in

Similar oriya poem from Abstract