ପ୍ରାରବ୍ଧ ଖୁସି
ପ୍ରାରବ୍ଧ ଖୁସି
କାଉ ରାବିବାର ବେଳ ଦେଖିନାହିଁ କାହିଁ କେତେ କାଳ
କୁମ୍ଭାଟୁଆର ଉଚ୍ଚାଟ ଭୁଲି ଗଲାଣି ଏ ମାନସ ପଟ୍ଟ
ଖରା ଟିକେ ଦେଖିବାକୁ ମନ ହୁଏ ଉଚ୍ଛନ୍ନ
ଦେଖିପାରେ ନାହିଁ ବୋଲି ତା ଶରୀର ହୁଏ କ୍ଷୀଣ
କ'ଣ ଏ ମଣିଷ ଜୀବନ ଅଭିଶପ୍ତ
ନା ଅବଶମ୍ଭାବୀ କୃତକର୍ମର ପ୍ରାରବ୍ଧ ??
ଖୋଜୁଥାଏ ମୁଠାଏ ଦାନା ଖଣ୍ଡିଏ କନା
ମୁଣ୍ଡ ଗୁଞ୍ଜିବାକୁ ପୁଣି ଅନେକ ବାହାନା
ନା ଦେଖିଛି ତରା ନା ମାନିଛି ଖରା
ଦି'ପଇସା କମେଇବାକୁ ବାହାରିଲେ
କିଏ ଦେଖାଏ ଲଣ୍ଠନ ତ କିଏ ଦେଖାଏ ଆଇନା
ଲଢି ଚାଲେ ଜୀବନ ଯୁଦ୍ଧ ଖରା ତରାକୁ ଏକ କରି
ପାଇବାକୁ ଟିକିଏ ଖୁସି
ସରିଯାଏ ସମୟ ପୂର୍ଣ ହୁଏନା ବଞ୍ଚି ବଞ୍ଚେଇବାର ସ୍ୱପ୍ନ
ଏଇତ ତୃପ୍ତି ଅତୃପ୍ତିର ମାନବ ଜୀବନ
ତଥାପି ସେ ରୋଷେ ଯେବେ ତା ସଂସାର ରୋଷେ
ସେ ହସେ ଯେବେ ତା ସଂସାର ଦିଏ ହସି
ଏଇତ ଜୀବନ ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବାର
ନିଜେ ହସି ଅନ୍ୟକୁ ହସେଇବାରେ ମିଳେ ଖୁସି ।।