Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational Others

3  

ବି. ନିରୁପମା

Classics Inspirational Others

ପ୍ରାଣୀଙ୍କ କଲ୍ୟାଣ ହେବ

ପ୍ରାଣୀଙ୍କ କଲ୍ୟାଣ ହେବ

1 min
228



ଦୁନିଆରେ ଜ୍ଞାନ ବାଣ୍ଟିବା ଦାୟିତ୍ୱ

ଦେଇଛନ୍ତି ମୋତେ ପିତା,

ସେଥିପାଇଁ କେତେ ରଚିଲିଣି ପୋଥି

ଶ୍ରୀମହାଭାରତ, ଗୀତା ।


ବ୍ୟାସଦେବ ଯାହା ବଖାଣିଲେ ତୁଣ୍ଡେ

ଲେଖୁ ଲେଖୁ ଗଲା ବେଳ,

ତୋ ସାଥିରେ ତେଣୁ ମୂଷିକରେ ଆଉ

ଖେଳି ପାରୁନି ମୁଁ ଖେଳ ।


ଭାରତ ଯୁଦ୍ଧରେ ଅର୍ଜ୍ଜୁନଙ୍କୁ କୃଷ୍ଣ

ଦେଲେ ଯେଉଁ ଦିବ୍ୟ ବାଣୀ,

'ଗୀତା' ନାମେ ଖ୍ୟାତ ସେହି ପୁଣ୍ୟ ଗ୍ରନ୍ଥ

ଲେଖିଛି କର୍ତ୍ତବ୍ୟ ମଣି ।


ସବୁ ସମସ୍ୟାର ସମାଧାନ ଏଇ

ଶାସ୍ତ୍ରରେ ହୋଇଛି ଲେଖା,

ଶ୍ରଦ୍ଧା,ଭକତିରେ ପାଠ କରିବ ଯେ

କୃଷ୍ଣ ହେବେ ତା'ର ସଖା ।


ସୁଖ, ସଉଭାଗ୍ୟ ସବୁ ପାଇବ ସେ

ଦିବ୍ୟାନନ୍ଦେ ହେବ ମଗ୍ନ,

ସବୁ ଦେବତାଏ ସନ୍ତୋଷ ହୋଇବେ

ଆସିଯିବ ଶୁଭ ଲଗ୍ନ ।


ଦୁନିଆ ସାରା ଏ ଜ୍ଞାନ ପ୍ରସରିଲେ

ପ୍ରାଣୀଙ୍କ କଲ୍ୟାଣ ହେବ,

ଘଟେ ଥିବା ଆତ୍ମା ପରମାତ୍ମାଙ୍କର

ସନ୍ଧାନଟି ପାଇଯିବ ।




Rate this content
Log in

Similar oriya poem from Classics