STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପରାକ୍ରମ ଦିବସ

ପରାକ୍ରମ ଦିବସ

1 min
402



ଦିଅ ରକ୍ତ ମୋତେ ସ୍ବାଧୀନତା ପାଇଁ

ରାବ୍ ଦିଅ ଜୟ ହିନ୍ଦ୍,

ମାତୃଭୂମି ପାଇଁ ଅର୍ପଣ ଜୀବନ

ଗାଉଥିବା ଜୟ ହିନ୍ଦ୍।


ମାତାଙ୍କ ସୁବାଷ ସୁଯୋଗ ସନ୍ତାନ

ସ୍ବତନ୍ତ୍ର କଲେଟି ଦେଶ, 

ବ୍ରିଟିଶ୍ ଶାସକ କର୍ତ୍ତବ୍ୟରେ ତାଙ୍କ

ଛାଡିଲା ଭାରତବର୍ଷ।


ଶକ୍ତି ବଳୁ ଭାଇ ସ୍ବାଧୀନ ଭାରତ

ଅହିଂସାର ଥିଲା ଧରା,

ଦୁଇ ଧରା ଭାଇ ସୁବାଷ ଓ ଗାନ୍ଧି

ତାଙ୍କ ଯୋଗୁଁ ସ୍ବତନ୍ତ୍ର ପରା।


ହିନ୍ଦଫୌଜ ବୋଷ କରିଲେ ଗଠନ

ଜାପାନ ସାହାଯ୍ୟେ ଯହିଁ,

କାଳ ହେଲା ସେନା ଲମ୍ପଟ ବ୍ରିଟିଶେ

ଛାଡ଼ି ପଳାଇଲା ତହିଁ।


ତ୍ୟାଗ ବଳିଦାନ ଧୈର୍ଯ୍ୟ ପରାକ୍ରମ

କାହିଁ ତାଙ୍କ ଇତିହାସ,

ଯାହା ବଳୁ ଭାଇ ସ୍ବାଧୀନ ତାରତ

ରହିଲା ହୋଇ ରହସ୍ୟ।


ଲୁଚାଇଲେ କେହୁ ଲୁଚି କି ରହିବ

ଲାଲ୍ ଦୁର୍ଗେ ପ୍ରତିମୂର୍ତ୍ତି,

କର୍ତ୍ତବ୍ୟ ପଥରେ ନାମିତ ହେଲାଟି

ଗୁଞ୍ଜଛୁ ତାଙ୍କର କୀର୍ତ୍ତି।


ସମୟର ଚକ୍ରେ ଶକ୍ତି ଦରକାର

କର୍ତ୍ତବ୍ୟ କହୁଛୁ ଯହିଁ,

ଶସ୍ତ୍ର ଅହିଂସାର କୃଷ୍ଣ ରାମ ଦେଶେ

ଆମ ସଂସ୍କୃତିଟି ତହିଁ।


ଯୁଦ୍ଧ ନ କରିବି ଅର୍ଜୁନ କୁହେଟି

ମରିବେ ବନ୍ଧୁ କୁଟୁମ୍ବ,

କିପରି ପ୍ରଭୁ ହେ ମାରିବି ନିଜଙ୍କୁ

ସେହୁତ ନିଜର ଆମ।


ଶ୍ରୀକୃଷ୍ଣ କହିଲେ ନ ମାରିଲେ ତୁହି

କୁଟୁମ୍ବ ମାରିବେ ତୋତେ,

କର୍ତ୍ତବ୍ୟ ପଥରୁ ପଛଘୁଞ୍ଚା କିମ୍ପା?

ଯୁଦ୍ଧ କର ହର୍ଷ ଚିତ୍ତେ। 


ଶକ୍ତି ଶାନ୍ତି ବଳୁ ଭାରତ ସ୍ବାଧୀନ

ମୁଖ୍ୟ ଶୁତ୍ର ଧାର ବୋଷ,

ଆଦର ସମ୍ମାନ ଦେଶର ଅପାର

କଲେଟି ଆମ ସୁବାଷ।


ନୂଆ ଏ ଭାରତ ସାଜିଛି ଏବେରେ

ଅମୃତ କାଳ ଏହୁତ,

ସବୁକ୍ଷେତ୍ରେ ରାଷ୍ଟ୍ର ଶକ୍ତିଶାଳୀ ଏବେ

ସୈନିକ ରାବ୍ ଶୁଭେତ।


ଆବିଷ୍କାର ନୂଆ ନୂତନ ଉମଙ୍ଗ

ରାଷ୍ଟ୍ର ଆତ୍ମନିର୍ଭରର,

ବିଶ୍ବଗୁରୁ ପରି ସମ୍ମାନ ଦେଶର

ଆଦର କଥା ଦେଶର।


ପରାକ୍ରମ ପରା ଦିବସ ଆଜିରେ

ନେତାଜୀରେ ସୁବାଷଙ୍କ,

ତାଙ୍କରି ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଯା'ର

ପରା ସେ ମହାନାୟକ।


ଶ୍ରଦ୍ଧାଞ୍ଜଳି ତାଙ୍କୁ ବିଚ୍ଛିନ୍ନାଞ୍ଚଳରୁ

ଭକ୍ତିଚିତେ ପୁଷ୍ପାଞ୍ଜଳି,

ଥିବ ସୂର୍ଯ୍ୟ,ତାରା ଯେତେଦିନ ଭାଇ

ଗୁଞ୍ଜିବ ସ୍ମୃତି କାହାଳୀ।




Rate this content
Log in

Similar oriya poem from Abstract