Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Children

4  

Bharatabandhu Biswal

Action Inspirational Children

ପ୍ରାକ୍ ସୂଚନା

ପ୍ରାକ୍ ସୂଚନା

1 min
261



 ପବନରଦିଗ  କୁଳପାଳ ଉତ୍ସ

    ବାରିଦିଏ ସ୍ପଷ୍ଟ ଗନ୍ଧ

ପୁଷ୍ପର ସୁରଭି  ବିତରେ ମଳୟ

    ବହିଥାଏ ମୃଦୁମନ୍ଦ ।


ଉଚ୍ଚ ହିମାଳୟ   ବରଫ ଆବୃତ୍ତ

    ବାୟୁ କରେ କଞ୍ଚାପାଣି

ଉତ୍ତରା ମାରିଲେ  ବଢ଼ିଯାଏ ଶୀତ

   ଲୋଡା କମ୍ବଳ ଘୋଡଣୀ ।


ବହେ ସୁଲୁସୁଲୁ   ଦକ୍ଷିଣା ପବନ

    ଆଖି ପତା ଦିଏ ମାଡି

ଗ୍ରୀଷମ ଉତ୍ତାପ   କରଇ ହରଣ

    ବର୍ଷେ ସୁଶୀତଳ ବାରି ।


ଜଣାପଡିଥାଏ  ଖଣ୍ଡେକୋଷେ ଦୂରୁ

     ପୂତିଗନ୍ଧମୟ ସ୍ଥାନ

ନାକେ ବିଣ୍ଡାଦେଇ  ଦ୍ରୃତ ପଦକ୍ଷେପେ

     ଅତିକ୍ରମିଯାନ୍ତି ଜନ ।


ଶୁଭେ ଶୁଭ ଶଙ୍ଖ   ମଙ୍ଗଳ ଆଳତୀ

     ମହକେ ଧୂପକର୍ପୁର 

ଜାଣିହୁଏ ପାଖେ   ଦେବପୁଣ୍ୟ ସ୍ଥାନ

      ରହିଛି ନିକଟତର ।


ବସ୍ତିବାସିନ୍ଦାଙ୍କ   ପ୍ରକୃତି ସୈ।ଜନ୍ୟ

     ଆଚାର ଓ ବ୍ୟବହାର

ପ୍ରକାଶେ ସେ ସ୍ଥାନ  ସ୍ୱବାସ ସ୍ୱତନ୍ତ୍ର

      ଜାଣିହୁଏ ଭଲଭେଲ ।


ସାଙ୍ଗସାଥି ବନ୍ଧୁ    ପ୍ରିୟ ପରିଜନ

     କଥୋପକଥନ ଶୈଳୀ

ବିଜ୍ଞପିତ କରେ   କୁଳ ସୁସ°ସ୍କାର

     ମାତାପିତାଙ୍କ ପ୍ରକୃତି ।


ବାୟୁ ପ୍ରାକୃତିକ  ସ°ଚାର ମାଧ୍ୟମ

     ଉପଯୁକ୍ତ ଅନୁଧ୍ୟାନ

ଦେଇଥାଏ ବହୁ   ଆବଶ୍ୟକ ତଥ୍ୟ

     ସୂଚନା ଗୁରୁତ୍ୱପୂର୍ଣ୍ଣ ।

     



Rate this content
Log in

Similar oriya poem from Action