STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରାବୃଟ ରାସ (ଝୁଲଣ ଯାତ)

ପ୍ରାବୃଟ ରାସ (ଝୁଲଣ ଯାତ)

1 min
409

ପ୍ରାବୃଟ ରାସ 

   (ଝୁଲଣ ଉତ୍ସବ)

 

ଶ୍ରୀମତୀ ଶ୍ରୀରାଧା ଶ୍ରୀବନମାଳୀ l

କଦମ୍ବ କୁଞ୍ଜରେ ଲାଗିଲା ଦୋଳି ll

ଧବଳ କେଶରେ କେଳି କଦମ୍ବ l

ଗୋପ ଯୁବତୀଙ୍କ ଭାଜିଲା ଦମ୍ଭ ll

ମାୟା ବିରଚିଲେ ଶ୍ରୀମାୟାଧର l

ଚାରି ମେଘେ ଢଙ୍କାଇଲେ ଅମ୍ବର ll

ଲଳିତା,ବିଶଖା ଶ୍ରୀ ଈନ୍ଦୁରେଖା l

ତୁଙ୍ଗବିଦ୍ୟା ଆବର ଚିତ୍ର ଲେଖା ll

ରଙ୍ଗଦେବୀ ପୁଣି ସୁଵିଦ୍ୟା ସଖି l

ଚମ୍ପକ ଲତା ଏ ଆଦି ମୃଗାକ୍ଷୀ ll

ରାସ କୁଞ୍ଜରେ ବୃନ୍ଦାକାରେ ମିଳି l

ଧ୍ୱନୀ କରନ୍ତି ଦିବ୍ୟ ହୁଳ ହୁଳି ll

ଝଟକେ ମର୍କତ ନୀଳେନ୍ଦ୍ର ମଣି l

ଲାବଣ୍ୟ ପିତୁଳା ତ୍ରିଭଙ୍ଗୀ ଠାଣି ll

ମାଳତୀ କଦମ୍ବ ଶୋଭିତ ଦୋଳି l

ଧୀରେ ଝୁଲାଅନ୍ତି ବରଜ ବାଳୀ ll

ଗୀତ ଗାଇ ନାଚି ମାରନ୍ତି ତାଳି l 

ବୀଣାଝଙ୍କାରକୁ ବାଦ୍ୟ କାହାଳୀ ll

ଝପ ଝପ ପଡ଼େ ଧାରା ବରଷା l

ଶୀତଳ ଅନୀଳ ଚନ୍ଦ୍ରମା ନିଶା ll

ଝୁଲଣ ଉତ୍ସବେ କୁଞ୍ଜ ସଦନେ l

ଦୁନ୍ଦୁଭି ବଜାନ୍ତି ଅମର ମାନେ ll

ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ୟାମ l

ଅଧରରେ ବ°ଶୀ ବକୁଳ ଦାମ ll

ବୃନ୍ଦାବନ ଶୋଭା ହେ କଳ୍ପତରୁ l

ପାରି କର ପ୍ରଭୁ ଭଵ ସାଗରୁ ll

    


Rate this content
Log in

Similar oriya poem from Inspirational