STORYMIRROR

Alhadini Panigrahi dash

Tragedy

2  

Alhadini Panigrahi dash

Tragedy

ପୋଷାଶୁଆ ଟି ସାପର ଗର୍ଭସ୍ଥହେବାପରେ

ପୋଷାଶୁଆ ଟି ସାପର ଗର୍ଭସ୍ଥହେବାପରେ

1 min
309

ସେ ଚାଲିଯିବା ପରେ

ସିଝୁଛି ମୁଁ

ଆତ୍ମଗ୍ଳାନି ର ନିଆଁ ଧାସରେ

ଦୋଷୀ ଦୋଷୀ ଭାବ ଗ୍ରାସ କରୁଛି

ମୋର ମଣିଷ ପଣଆଁ ର ସମଗ୍ର ସତ୍ତା କୁ


ଯେପରି ମୁଁ ଘୁରି ବୁଲୁଛି

ଶୂନ୍ୟ, ଶୂନ୍ୟ ମହାଶୂନ୍ୟ ର ଅନ୍ଧକାର ଭିତରେ,

କିଛି ଦିଶୁନି ମୋତେ

କେବଳ ଯାହା ଆଖି ଆଗରେ ଝଲସି ଯାଉଛି

ସେଇ ସରଳ ମୁହଁ, ନିଷ୍କପଟ ଚାହାଣୀ


ମୋ ବିଦଗ୍ଧ ହ୍ରୁଦୟ କହୁଛି

ଆମେ ଆମ ସୌକ ପାଇଁ

ତାକୁ ପଞୁରୀ ଭିତରେ ବନ୍ଦୀ କରି ନ ଥିଲେ

ହୁଏତ

ଆଉ କିଛି କାଳ ବଞ୍ଚି ଯାଇଥାନ୍ତା ପରା


ଏଇତ

ଟିକକ ଆଗରୁ ସେ

ଗେହ୍ଲେଇ ହେଉଥିଲା ମୋ ସାଙ୍ଗେ

ସବଜାନତା ପରି ଗୋଡ, ହାତ ହଲାଇ ମୁଣ୍ଡ ଟୁଙ୍ଗାରୁ ଥିଲା,

ହଁ,ବା

ସେଇ ପରା ଥିଲା ମହାଜ୍ଞାନୀ ଶୁକ ପକ୍ଷୀ


ମୁଁ କଣ ଜାଣିଥିଲି

ମାତ୍ର କେଇ ମିନିଟ୍ ପରେ ପରେ

ତା ପାଇଁ ଆହାର ଆଣୁ ଆଣୁ

ସେ ସ୍ବୟଂ ଆଉ କାହାର ଆହାର ପାଲଟି ଯାଇଥିବ ବୋଲି


ଚମକି ପଡିଲି ମୁଁ ଭୟ ରେ

ବିଶାଳ ସାପ ଟିଏ

ଆମ ପୋଷା ଶୁଆ ଟିକୁ ଗର୍ଭସ୍ଥ କରି

ଆରାମ ରେ ଦୋଳି ଝୁଲୁଛି ପଞୁରୀ ଭିତରେ


କଥା ରେ ଅଛି

"ଯେ ପାଂଚେ ପର ର ମନ୍ଦ

ତା ମନ୍ଦ ପାଂଚନ୍ତି ଗୋବିନ୍ଦ

ଆଉ କିଛି କ୍ଷଣ ପରେ

ଶୁଆ ପରି ଦଶା ହୁଏ

ସାପ ଟି ର ମଧ୍ୟ

ମଣିଷ ହାତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy