STORYMIRROR

Sandhya Rani Panigrahy

Inspirational

2  

Sandhya Rani Panigrahy

Inspirational

ପଣତର କାନିଟା ମା'

ପଣତର କାନିଟା ମା'

1 min
199

ପଣତ କାନିଟା

ସେ ପୁଣି ଗେଲି ମା'ଟା

ସତ କଥା କେତେ କଣ ଭେଦେ

ଆଖିର ଲୁହ ତ କୋହ ଓଠର

କେବେ ମୋର ସାଥି ଚାଲିବାର

କେବେ ସାହାରା ଅଳି କରିବାର

ମୋ ଅଝଟ ମନୁଆ ବୋଝ ଦୁଷ୍ଟାମୀର

ଓହଳି ପଡି ଓସ୍ତାଦ ନାକେଦମ୍ କରିବାର

ବେଳେବେବେ ଚୁଲି ପୋଛିବାରେ

ଗରମ ହାଣ୍ଡି ଓ କରେଇ ଓହ୍ଲାଇବାରେ

କେଉଁଥିରେ ସେ ନ ଲାଗେ କହିଲ

ତା' ନ ଲାଗିବାରେ ଦୁନିଆ କି ରହିବ

ସବୁ ଗେଲା ସବୁ ଚଗଲାମିର ମୋ ସଂସାର

ସେଇଠି ଆରମ୍ଭ ସେଠି ହୋଇବ ଶେଷ ଏଥର

ପଣତ ନଥିଲେ କି ମା' ସେ ଲେଖା

ଭାର ସେ ବୋହି ଭିଡି ରହିଛି ଏକା

ପଟି ପକାଏ ମୁଣ୍ଡରେ ପୋଛି ହୁଏ ମୁହଁଟା

ଜର ଦେହଟା ଆଉଟି ପାଉଟି ହୁଏ ପଣତଟା

କେତେ ଠାର ତାରି କ'ଣ ବୁଝି ହେଉଛି 

ଏଥର ସତରେ ପଣତ ବି ବ୍ଦଦଳି ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational