STORYMIRROR

Kulamani Sarangi

Children

3  

Kulamani Sarangi

Children

ପଲ୍ଲୀ କବିତା

ପଲ୍ଲୀ କବିତା

1 min
58


ଆହା କି ସୁନ୍ଦର ଦିଶଇ ନଭେ ପୁନେଇଁ ଜହ୍ନ !!

ଆ'ଆ ଜହ୍ନମାମୁଁ ଖେଳିବ ତୋର ସାଙ୍ଗେ ମୋ'ଧନ।


ଆ'ଆ ଜହ୍ନମାମୁଁ ଆଆରେ ନେଇ ସରଗ ଫୁଲ,

ଖେଳିବ ତୋ ସଙ୍ଗେ କହ୍ନେଇ ତାକୁ କରିବୁ ଗେଲ। 


ତାରା ଫୁଲେ ଦେବୁ ସଜେଇ ତାର ଘର କାନ୍ଥକୁ,

ଝରକାରେ ଚାହିଁ ରହିବୁ ତାର ତୋରା ମୁହଁକୁ।


ବେଲୁନୁ ହୋଇ ତୁ ମୁହଁକୁ ତୋର ଦେଲେ ଫୁଲେଇ,

କୋଳକରି ରାଜା ତୋପାଖେ ହବ କେତେ ଗେଲେଇ।


ମୋ କାହ୍ନୁର ହସ ଦରୋଟି ଠୁକୁ ଠୁକୁ ତା ଚାଲି,

ରୁମୁ ଝୁମୁ ବାଜେ ଝୁମୁକା ଅଣ୍ଟାସୁତାରୁ ଝୁଲି। 


ସରଗରୁ ତୋଳି ଆଣିବୁ ଖିରକୋଳି ତା'ପାଇଁ ,

ମାମୁଁ ଘର କୋଳି ଖାଇ ସେ ନାଚିବ ଧିନା ଧେଇ।


ଆ'ଆ ଜହ୍ନମାମୁଁ ଆଆରେ ନେଇ ମୁଣିଏ ଗୀତ,

କାନ୍ଦିଲେ ମୋ ରାଜା ଶୁଆଇ ଦବୁ ଗାଇ ସଂଗୀତ।


ଆ'ଆ ଜହ୍ନମାମୁଁ ଆଆରେ ନେଇ ହସର କାଠି,

ଛୁଆଁଇ ଦେଲେ ତା ମୁହଁରେ ହସ ଯିବ ଚହଟି।


ଆଣିଥିବୁ ଜହ୍ନମାମୁଁ ରେ ଜାତି ଜାତି ଖେଳନା,

ସତ ପୁଷି,ମୂଷୀ,କାବେତି,ଶୁଆ ଶାରୀ ମଇନା।


ଆଣିଥିବୁ ଜହ୍ନମାମୁଁ ରେ ସଙ୍ଗେ ଖୁସିର ଟଫି,

ମାଟି ଖିଆ କାହ୍ନୁ ଛାଡିବ ସେଇ ଟଫିକୁ ଚାଖି।


ନିଦ ମାଉସୀକୁ ସାଙ୍ଗରେ ନେଇ ଆସିବୁ ମାମୁଁ,

ଗପ କହି ସିଏ ଶୁଆଇ ଦେଲେ ଶୋଇବା କାହ୍ନୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children