STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ପଲ୍ଲୀ ଗାଁ ଶୀତ କାର୍ତ୍ତିକ ବ୍ରତ

ପଲ୍ଲୀ ଗାଁ ଶୀତ କାର୍ତ୍ତିକ ବ୍ରତ

1 min
9

    🐚 ପଲ୍ଲୀ ଗାଁ ଶୀତ କାର୍ତ୍ତିକ ବ୍ରତ🐚

ପଶ୍ଚିମ ଆକାଶେ ରବି ହୋଇଲେଣି ଅସ୍ତ, 

ପକ୍ଷୀଗଣ ନୀଡକୁ ବାହୁଡିଲେଣି ହୋଇ ବ୍ଯସ୍ତ। 


ଗାଁ ଦାଣ୍ତ ରୁ କ୍ଷେତକୁ ଲମ୍ବିଲାଣି ଧୂଳି, ଧୂଆଁ, କୁହୁଡ଼ି ର ଆସ୍ତରଣ, 

ଉତ୍ତର ଦିଗରୁ ବହିଲାଣି ହେମାଳ ପବନ। 


ତୁଳସୀ ଚଉଁରା ମୂଳେ ଭୂଆଶୁଣୀ ବୋହୂ ଜାଳିଲାଣି ସଂଜବତୀ, 

ଭାଗବତ ଟୁଙ୍ଗି ରୁ ଶୁଭିଲାଣି ଶ୍ରୀମଦ୍ ଭାଗବତ ଗୀତି। 


ପଲ୍ଲୀ ଗାଁ ର କାର୍ତ୍ତିକ ସନ୍ଧ୍ଯାରେ, 

ମିଞ୍ଜି ମିଞ୍ଜି ହୋଇ ଜଳେ ବତୀ ଆକାଶ ଦୀପରେ। 


ଜାଡ ପବନରେ ଭାସି ଆସେ ବାସ୍ନା ଶେଫାଳି ଫୁଲର, 

ଗହୀର ବିଲରୁ ରହି ରହି ଶୁଭେ ହୁକେ- ହୁ-ର ସ୍ବର। 


ରାତିର ଶିଶିର ହୁଏ ସକାଳେ କୁହୁଡି ପାଣି, 

ସୂର୍ଯ୍ୟଙ୍କ କିରଣ ସ୍ପର୍ଶ ରେ ସାଜଇ ମୁକୁତା ମଣି। 


ଅପରାହ୍ନ ଦରଫୁଟି କଢି, ସଂଜ ନଇଁଲେ ହୁଏ ରାତିର ରାଣୀ,

ରାତି ପାହିଲେ ଝଡି ପଡେ ଶେଫାଳି ଫୁଲ , ଶିଶିରାକ୍ତ ଘାସ ରେ ସତେକି ମୁରୁଜ ବୁଣି। 


ନବ ତନୟା ମୁରୁଜ ଘେନି ବ୍ରୁନ୍ଦାବତୀ ମୂଳେ, ଆଙ୍କି ଦଏ ଚିତ୍ର ଭଳିକି ଭଳି, 

ଚତୁର୍ଦ୍ଦିଗେ ଶୁଭୁଥାଏ ଘଣ୍ଟ-ଘଣ୍ଟା,ଶଙ୍ଖଧ୍ବନି,ହରିବୋଲ,ହୁଳହୁଳି। 


ପଲ୍ଲୀ ଗାଁର ଶୀତ ସକାଳେ ନିତି ସଭିଏଁ କରନ୍ତି ନାମ ସଂକୀର୍ତ୍ତନ ପ୍ରଭାତ ଫେରି, 

ଗାଁ ଦାଣ୍ତ ରେ ଗାଇ ଭଜନ, ଜଣାଣ,ଚମ୍ପୁ, ଝାଞ୍ଜ,କଂସାଳ, ମ୍ରୁଦଙ୍ଗ ଧରି। 


କଦଳୀ ପଟୁଆ ଡଙ୍ଗା ରେ ପାନଗୁଆ ରଖି ଆ-କା-ମା-ଭୈ ଗୀତ ଗାଇ, 

ସଫଳ କରନ୍ତି ପଲ୍ଲୀ ଗାଁ ଶୀତ କାର୍ତ୍ତିକ ବ୍ରତ ନଦୀ, ନାଳ, ପୋଖରୀରେ ଡଙ୍ଗା ବାହି। 

         

             🌼🌼🌼🌼🌼🌼🌼


              ନାରାୟଣ ଚନ୍ଦ୍ର ନାୟକ 

              ଜାମସେଦପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics