ପଲା ଭରେ
ପଲା ଭରେ
ପୁଣ୍ୟ ଠାରୁ ପାପ ଅଧିକ ମୋର
ସେପାଇଁ ମନା ମତେ ସରଗଦ୍ୱାର
କରିଛି କୁକର୍ମ କେତେ ଜାଣିନି ଛାର
କହିଛି ମିଛ ମୁଁ କେତେ ସତଠୁ ଦୂର
ଖାଇଛି କାର୍ତ୍ତିକ ମାସେ ଆମିଷ ପତର
ଶୋଇଛି କଳଙ୍କ କେତେ ଶେଜ ଚାଦର
ଦାନ ମୁଁ କରିନି ପୁଣ୍ୟ ପାଇବି କାହୁଁ
ଜୀବ ଯିବା ବେଳେ ପାଖେ ନଥିବେ କେହୁ
ଦୁଃଖୀଙ୍କୁ କରିନି ସୁଖୀ ମାତର
ଶୁଖିଙ୍କୁ ଦେଇନି ଟିକେ ସ୍ପର୍ଶ ବେଭାର
ମୋ ପାପ ଭାର ପ୍ରବଳ
କୋଉଠୁ ପାଇବି ହରି ମୁଁ ଥଳକୂଳ
ପାପ ଭାରେ ଥାଳ ମୋର ଭାରି ଗରୁ
ପାଳକୁ ଛୋଟ ଦଉଡିକୁ ମୋଟ କର ମହାବାହୁ
ସ୍ୱର୍ଗ ନୁହେଁ ନର୍କ ଅଟେ ମୋ ଠିକଣା
କଲା କର୍ମର ପାଇ ମୋ ପାଉଣା
କିପରି ପାଇବି ଶାନ୍ତି କାରେ କରିଛି ଆଶାନ୍ତି
କିପରି ଲଭିବି ମୁକ୍ତି ନାହିଁ ଧର୍ମ ବଳ ଶକ୍ତି
ପୁଣ୍ୟ ନିକିତିରେ ବଢେ ପାପ ସଉଦା
ପାପ ଦାଗ ଦାଗୀ ମତେ କରିଛି ଅଧା
ଜଗନ୍ନାଥ ହେଇଯାଅ ମୋ ନୀଳମଣି
ଆଉ କେବେ ମାଗିବିନି କଉଡ଼ି କାଣି ।।
