ପକ୍ଷୀ
ପକ୍ଷୀ
ଡେଣାରେ ଶକ୍ତି ସଂଚାର କରିଛି ମୁଁ
ଉଡିବି ଆତ୍ମବିଶ୍ୱାସର ଉଡାଣରେ
ବିଶ୍ୱାସର ଉଡ଼ାଜାହାଜରେ
ପହଂଚିବି ଅପହଞ୍ଚ ଦୂରତ୍ୱ
ଭେଦିଛି ଲକ୍ଷ୍ୟ ଭେଦ
ଲକ୍ଷ୍ୟ ମୋର ଠିକ ହିଁ ଠିକ
ତମେ ଯେମିତି ଗାଇଛ ଗୀତ ମଧୁରତାର
ତୋଳିଛ ସୁରଝଙ୍କାର
ମୁଁ ସେମିତି ଗାଇବି ଗୀତିକାବ୍ୟ
ଠିକ ତମ ଭଳି
ଉଡିବି ଅପହଞ୍ଚ ଆକାଶ
ନିରନ୍ତର ଉଡୁଥିବି
ସୁନୀଳ ଆକାଶ ବକ୍ଷରେ
ଛୁଇଁବାକୁ ସେ ଦୁରତ୍ୱ
କହି ପାରିବିନି ମୁଁ ଲଙ୍ଘିଛି
ସୀମା ଦୂରତ୍ୱର
ଆଙ୍କିଛି ଅଙ୍କନ ଜୀବନର