STORYMIRROR

Kalandi pal

Inspirational

4  

Kalandi pal

Inspirational

ପକୃତ ଜ୍ଞାନୀ କିଏ

ପକୃତ ଜ୍ଞାନୀ କିଏ

1 min
370


ବିଚାର ବିମର୍ଷ ଜ୍ଞାନବାନ ଯଶ

ଲଭିଛି ମଣିଷ ଜାତି

ବୁଦ୍ଧି ତାର ତୀକ୍ଷ୍ଣ ଜାଣେ ତ୍ରିଭୁବନ

ଉଦ୍ଭାବନେ ଥାଏ ମାତି.।।


ବିଜ୍ଞାନରେ ଦକ୍ଷ ନାହିଁ ସମକକ୍ଷ

ହାରିଛି ପକୃତି ରାଣୀ

ଏ ସାରା ବ୍ରହ୍ମାଣ୍ଡ କରି ଏକ ପିଣ୍ଡ

ସଙ୍କୁଚିତେ ପରିମାଣି .।।


ଆଣବିକ ଅସ୍ତ୍ର କିବା କ୍ଷେପଣାସ୍ତ୍ର

ଶତ୍ରୁ ପାଶେ ମାରେ ଭାଉ

ଘଇତାଟି ପଛେ ମରୁ ମୋର ବିଷେ

ସଉତୁଣୀ ରାଣ୍ଡ ହେଉ .।।


ବଡ ହେବା ନିଶା ଘାରୁଛି ଏ ଦଶା

ଯାହା ନାହିଁ ପଶୁ ଠାରେ

ପେଟକୁ ଯେତିକି ଖାଦ୍ୟ ଦରକାର

ସେତିକି ଶିକାର କରେ .।।


ପକୃତି ଦେଇଛି ଯେଉଁ ଖାଦ୍ୟ ବାସ

ସେଥିରେ ସନ୍ତୁଷ୍ଟ ରୁହେ

ଆନ ମନା କେବେ ହୁଏ ନାହିଁ ସିଏ

ନିୟମରେ ସଦା ଥାଏ .।।


ପଶୁ ପକ୍ଷୀ ବସା ପାହାଡ଼ର ଗୁମ୍ଫା

କାଠି କୁଟା ଗାତଟିଏ

ମଣିଷର ଏଠି ଗୃହ ନବତ୍ସୁମ୍ଭି

ଅଧିକକୁ ମନ ଥାଏ .।।


ଚାଲାକି ମଣିଷ ହାତେ ମୋଡେ ନିଶ

ଫ୍ଲାଟ୍ କି ବଙ୍ଗଳା କିଣି

ବଖରେ ଘରକୁ ଆୟୁଷ ତା ନାହିଁ

ବାହାଦୂରୀ ମାରେ ପୁଣି .।।


ଦରକାର ନାହିଁ ଯିବା ପାଇଁ ଗାଡ଼ି

ପଶୁ ଅବା ପକ୍ଷୀଙ୍କର

ପକୃତିର ଦାନ ଡେଣା ଆଉ ଗୋଡ

ଯିବା ପାଇଁ ଯେତେ ଦୂର .।।


ମଣିଷ ଯାଉଛି ଲକ୍ଜୁରି ଯାନରେ

ବଳକୁ ଦେହରେ ସଞ୍ଚେ

ଚଉଷଠି ରୋଗ କରୁଅଛି ଭୋଗ

ଓଷଦ ବିନା କେ ବଞ୍ଚେ ?।।


କାକ ବଞ୍ଚେ ଏଠି ଛଅ ଶହ ବର୍ଷ

ଶାଗୁଣା ନଅଶ ବର୍ଷ

ମଣିଷ ଟପେନା ଶହେ ବର୍ଷ ସୀମା

ଭିତରେ ତାହା ଆୟୁଷ .।।


ଦରକାର ନାହିଁ ନିଶା ପାଣି ଟିକେ

କୋଉ ପଶୁ ପକ୍ଷୀଙ୍କର

ନିଶାରେ ବୁଡ଼ିଛି ମଣିଷ ସମାଜ

ହେଉ ଥାନ୍ତି ନାରଖାର .।।


ପଢ଼ିବେ ବୁଝିବେ ଅନ୍ତରକୁ ନେବେ

ବିଚାର ହୃଦେ କରିବେ

କିଏ ଅଟେ ଜ୍ଞାନୀ କେତେ ଗୁଣ ଘେନି

ସଚେତନ ବାର୍ତ୍ତା ଦେବେ .।।




Rate this content
Log in

Similar oriya poem from Inspirational