ପକ୍କା ନିଜର
ପକ୍କା ନିଜର
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସାହିତ୍ୟ ମଞ୍ଚରେ ସାମ୍ବାଦିକ ଭାବେ
ପାଇଲି ଯେବେ ସମ୍ମାନ
ମନ ମୋ ଆନନ୍ଦ ହୋଇଲା ସେଦିନ
ଭାବିଲି ହେଲି ମହାନ ।୧।
ଲେଖି ମୁଁ ଜାଣିନି କବିତା ଲେଖିବା
କହିଲେ ପଢ କବିତା
ମିଛ ମୁଁ କହିଲି ଆଣିନି କବିତା
କିପରି ଦେବି ବାରତା ।୨।
ଭାରି ତ ବାଧିଲା ସେଦିନ ପ୍ରୋଗ୍ରାମେ
ହେଲି ମୁଁ ଅପମାନିତ
ମନରେ ଭାବିଲି କବିତା ପାଇଁ କି
କାହାକୁ କରିବି ମିତ ।୩।
ଭାବିଲି ମନରେ ଲେଖିବି କବିତା
ଗୁରୁଟିଏ ଦରକାର
ମୋବାଇଲ ଖୋଲି ଖୋଜିଲି ଅନେକ
ହେବ କିଏ ଗୁରୁ ମୋର ।୪।
ଭଲଥିଲା ସେହି କବିତା ତାଙ୍କର
ଆନନ୍ଦେ ବସି ପଢିଲି
ସୁନ୍ଦର କବିତା ପଢିଲା ପରେ ମୁଁ
ଭାବିଲି ଗୁରୁ ପାଇଲି ।୫।
ସମ୍ପର୍କ ଗଢିଲି ମୋବାଇଲ ଧରି
ମେସେଜରେ ଦେଲି ଲେଖି
ଦୁଃଖ କଥା ମୋର ଜଣାଇ କହିଲି
ଦେବକି ଖୋଲି ମୋ ଆଖି ।୬।
କଲା ପରିଚିତ ମୋବାଇଲ ମୋତେ
ମିଳିଲା କିଛି ସାହସ
ମନର କଥାକୁ କବିତାରେ ଲେଖ
ହୋଇବ ଯେବେ ସନ୍ତୋଷ ।୭।
ଲେଖିଦେଲ ଏକ ସୁନ୍ଦର କବିତା
ପଢିଲି ଯାଇ ମଞ୍ଚର
ସ୍ନେହ ମମତାର କବିତାଟି ଥିଲା
ପାଇଲି କେତେ ଆଦର ।୮।
ପର କବିତାରେ ପାଇବା ଆଦର
ପାଇଲା ନାହିଁ ମନକୁ
ଧରିବି କଲମ ଲେଖିବି କବିତା
ଡରିବି ନାହିଁ କାହାକୁ ।୯।
ବିନୟ ହୋଇଣ କହିଲି ତାହାଙ୍କୁ
ମୋତେ ଟିକେ ଦୟାକର
ଆରମ୍ଭ କରିବି କବିତା ଲେଖିବା
ଦୟାଥିଲେ ଦେବ ବର ।୧୦।
ଦେଇ ପ୍ରତିଶ୍ରୁତି ଆଦରେ କହିଲେ
ହାତରେ କଲମ ଧର
ସବୁ ଲେଖା ଯାକ ମୋ ପାଖେ ପଠାଅ
କବିତା ଶେଷରେ ତୋର ।୧୧।
ତାଙ୍କରି ପରଶ ପାଇ ଏ ସମାଜ
ଆଖିଖୋଲି ଦେଖୁଅଛି
କି ବର୍ଣ୍ଣିବି ମୁହଁ ମହିମା ତାଙ୍କର
ନୟନେ ଯାହା ଦେଖୁଛି ।୧୨।
କବିତାର ଗୁରୁ ହେ ମମତାମୟୀ
ବିଶ୍ବ କଲ୍ଯାଣୀ ରାଉତ
ତାଙ୍କରି ଆଶିଷେ ଏ ଭାରତ ବର୍ଷେ
ହୋଇଅଛି ପରିଚିତ ।୧୩।
ହୁଅନି ବିବ୍ରତ ହେ ମମତାମୟୀ
ଦେଖି ଫେସବୁକ୍ ଚିତ୍ର
ହ୍ଵାଟ୍ସଆପ୍ ଖୋଲି ପଢିନିଅ ଥରେ
ଲେଖିଛି ତୁମକୁ ପତ୍ର ।୧୪।
ଗୁରୁରୁ ସାଜିଲ ଭଉଣୀ ମୋହର
କରୁନି ତୁମକୁ ପର
ଅଗ୍ରପୂଜ୍ଯା ତୁମେ ମୋ ହୃଦୟ ମଧ୍ଯେ
ସମ୍ପର୍କ ଯୁଗ ଯୁଗର ।୧୫।
ପାହାଡରୁ ସୃଷ୍ଟି ନଦୀ ବହିଚାଲେ
ସାଗରକୁ କରି ଘର
କରନାହିଁ ମନ ଉଣାରେ ଭଉଣୀ
ମୁଁ ପରା ପକ୍କା ନିଜର ।୧୬।
ତୁମ ବନ୍ୟା ଜଳେ ଭାସୁଛି ମୁଁ ଆଜି
ପାଉନାହିଁ ଥଳକୂଳ
ଠେଲିଦେଇ ପାଦେ ଯାଉଛ ଦୂରେଇ
କିପରି ହେବି ସଵଳ ।୧୭।
ଭାଙ୍ଗିବାକୁ ଘର ଅନେକ ଅଛନ୍ତି
ସଜାଡିବା କିଏ ଜାଣେ
ମନ ପୋଡି ଗଲେ କେହି ନଜାଣିନ୍ତି
ଜାଣଇ କେବଳ ଜଣେ ।୧୮।
ଗୋଟିଏ ରକ୍ତରୁ ନହୋଇ ଜନମ
କରୁନାହିଁ କେବେ ପର
କରିନାହିଁ କେବେ କାହାକୁ ଆଜି ମୁଁ
ତୁମଠୁ ବେଶି ନିଜର ।୧୯।
କରେ ନିବେଦନ ତୋ ଭାଇ ନରେନ୍ଦ୍ର
ଖଇରା ଅଟେ ମୋ ଘର
ସବୁ ସନ୍ଦେହର ଘଟିଯାଉ ଅନ୍ତ
ନ ଉଠୁ ମନେ ପ୍ରାଚୀର ।୨୦।
ଆହେ ଦୟାମୟ ବିଶ୍ବର ଠାକୁର
କରନାହିଁ ମୋତେ ପର
ସତ ମୁଁ କହୁଛି ମମତା ପାଇଁ କି
ହୋଇନାହିଁ ସାତପର ।୨୧।