ପଖାଳ
ପଖାଳ
ପଖାଳ ତୋରାଣି ବଡ଼ିଚୁରା ସଙ୍ଗେ, ଥରେ ହେଇଗଲେ ଭେଟ
ପ୍ରାଣ ଥିବା ଯାଏ ଲୋଡ଼ା ନାହିଁ କିଛି , ଆପେ ପୁରିଯାଏ ପେଟ ।
ଦହି ଛୁଙ୍କ ଦେଇ ମା ବାଢ଼ିଦେଲେ କଂସା ରେ କଂସେ ପଖାଳ
ବାଇଗଣ ପୋଡା, ପିଆଜ ଟେ ଥିଲେ ପୁରା ଜମିଯାଏ ଖେଳ ।
ନାହିଁ ଦରକାର ପରିବା ପତର ସାଥେ ଥିଲେ ଲଙ୍କା ଲୁଣ
ପହିଲି ଫଗୁଣେ କଷି ଆମ୍ବ ଛେଚା ପଖାଳ ର ସାଥି ଜାଣ ।
ଚାଷୀ ଭାଇ ଯେବେ ବଇଶାଖ ମାସେ ବିଲରେ ଚଲାଏ ହଳ
ପ୍ରାଣ ରକ୍ଷା କରେ ପ୍ରଚଣ୍ଡ ଖରା ରୁ ଗଣ୍ଡେ ବାସି ପଖାଳ ।
ପଖାଳ ଆମର ଓଡ଼ିଆ ଜାତିର ସ୍ୱାଭିମାନ ର ପ୍ରତୀକ
ନାହିଁ କିଛି ପୁଣି ପଖାଳ ର ସମ ଅଭୁଲା ତାର ମହକ ।
