ପଖାଳ
ପଖାଳ
ପଖାଳ, ଓଡିଶାର ଗର୍ବ ଗୌରବ
ଖାଦ୍ଯ ଭିତରେ ସୁଆଦିଆ ଦରବ ।
ପଖାଳ ତୋରାଣି ଜୀବନ ତରଣୀ
ପ୍ରଭୁ ଜଗନ୍ନାଥଙ୍କ ଟଙ୍କ ତୋରାଣି ।
ପଖାଳ ସଙ୍ଗେ ବଢିଚୁରା ସୁଆଦ
କଞ୍ଚାଲଙ୍କା ଶାଗଭଜାରେ ଆନନ୍ଦ ।
ପଖାଳ କଂସାଏ ଚାଷିପୁଅ ଖାଇ
କ୍ଷେତକୁ ଯାଏ ହଳବଳଦ ନେଇ ।
ପଖାଳ ତୋରାଣି ପିଇଲେ ବଳଦ
ଭୁଲିଯାନ୍ତି ଯେତେକ ଦୁଃଖ ପ୍ରମାଦ ।
ପଖାଳ ନିଶାରେ କାଳିଆ କସରା
ହଳ ଟାଣନ୍ତି ବୁଲିଣ କ୍ଷେତ ସାରା ।
ପଖାଳ ଗଣ୍ଡିଏ ଥିଲେ ଯେ ହାଣ୍ଡିରେ
ଗରିବ ବିଚରା ରହେ ଅଚିନ୍ତାରେ ।
ପଖାଳ ଭାତ ଭିତରେ ଅଟେ ସାର
ଧନୀ କି ଗରିବ ସବୁରି ଆଦର ।
ପଖାଳ କଂସାରେ ଧନୀରୁ ଗରିବ
ବାଛ ବିଚାର ଭୁଲି ହୋନ୍ତି ଏକତ୍ର ।
ପଖାଳ ଗଣ୍ଡେ ଥିଲେ ଗରମ ଦିନେ
ଗରମ ପାଇଁ ଡର ନ ଥାଏ ମନେ ।
ପଖାଳ ଖାଇଲେ ମରିଯାଏ ଭୋକ
ସେ ଧନୀ ହେଉ ଅବା ଗରିବ ଲୋକ ।
ପଖାଳ ଖିଆ ହୁଏ ବିବାହ ବେଳେ
ଶାଶୁ ଖୁଆନ୍ତି ଜ୍ବାଇଁଙ୍କୁ ଶରଧାରେ ।
ପଖାଳରେ ରୋଗ ପ୍ରତିରୋଧ ଶକ୍ତି
ଦୂର କରିଥାଏ ସବୁ ରୋଗ ବ୍ଯାଧି ।
ପଖାଳ ଖାଇଲେ ବୁଡେନାହିଁ ହଂସା
ସିଏ ପରା ଆମ ଜୀବନର ଦଶା ।
ପଖାଳ ଖାଇ ମାଉସୀ, ଅଜା, ଆଈ
ଖୁସିରେ ମାରିଥାନ୍ତି କେତେ ଯେ ହାଇ ।
ପଖାଳ ଯିଏ ଖାଉ ନଥିବ ଜମା
ଦୁର୍ବଳ ହୋଇଯାଏ ଜୀବନ ସୀମା ।
ପଖାଳ ମୁଠିଏ ନିତି ଖାଉଥିବ
ଡାକ୍ତର ବଇଦ ଜରୁରି ନହେବ ।
ପଖାଳ ଯେ ଆମର ଜାତୀୟଖାଦ୍ଯ
ବଞ୍ଚିଛି ଏହି ଜାତି ନ କରି ହେୟ ।
ପଖାଳ ଦିବସ ଯେ ମାର୍ଚ୍ଚ କୋଡିଏ
ବିଶ୍ବ ପାଳୁଅଛି ଆନନ୍ଦ ମନରେ ।
ପଖାଳକୁ କିଏ ଭୁଲି କି ପାରିବ
ଓଡ଼ିଶାର ସେ ଜୀବନ ଗଉରବ ।।
