ପିତ୍ରାଳୟ
ପିତ୍ରାଳୟ
ତୁମେ ଥିଲ ବୋଲି
ଘର ଲାଗୁଥିଲା ମନ୍ଦିର l
ତୁମେ ଥିଲ ବୋଲି
ବୈଶାଖୀ ରେ ଥିଲା ଶ୍ରାବଣର ଜୁଆର l
ତୁମେ ଥିଲ ବୋଲି
ଘରେ ଫୁଟୁଥିଲା ଖୁସିର ଆସର l
ତୁମେ ଥିଲ ବୋଲି
ଘରେ ଥିଲା ହସର ସମ୍ଭାର l
ତୁମେ ଥିଲ ବୋଲି
ଘର ଥିଲା ଭୁବନ ଇନ୍ଦ୍ରର l
ତୁମେ ଥିଲ ବୋଲି
ମାଆର ମଥାରେ ଥିଲା ଲାଲି ସିନ୍ଦୂର l
ତୁମେ ଥିଲ ବୋଲି
ପୁରି ଉଠୁଥିଲା ସୁନାର ସଂସାର l
ତୁମେ ଥିଲ ବୋଲି
ଥିଲା ମାଆ ମୁଖେ ଖୁସିର ଲହର l
ହେଲେ ଦାଦା ତୁମେ ନାହଁ ଵୋଲି
ଘର ଲାଗୁ ନାହିଁ ଆଉ ମନ୍ଦିର ମନ୍ଦିର l
ତୁମେ ନାହଁ ବୋଲି
ହଜିଗଲା ମାଆର ମଥାରୁ ସିନ୍ଦୂର l
ତୁମେ ନାହଁ ବୋଲି
ଆଜି ସେ ହସୁନାହିଁ ବାରମ୍ବାର l
ଯେତେ ଦୂରେ ଥାଅ ସ୍ମୃତି ସବୁ
ତେଜି ମନେ ଆମ୍ଭର l
ଜନ୍ମ ଜନ୍ମ ପାଇଁ
ଖୋଜିବୁ ସାନ୍ନିଧ୍ୟ ତୁମର l
ସ୍ୱର୍ଗେ ଥାଅ କାମନା କରିବୁ ଆଶୀର୍ବାଦ ତୁମର
ସବୁ ଜନ୍ମେ ପାଇବାକୁ ପିତୃତ୍ୱ ତୁମର l
ସ୍ମୃତି ସବୁ ଭାସିଉଠେ ମାନସ ପଟରେ
ସତ ପିତ୍ରାଳୟ କେତେ ଲାଗୁଥିଲା ନିଜର l