STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ପିତା: ପରମେଶ୍ଵର

ପିତା: ପରମେଶ୍ଵର

1 min
22.8K

'ପି'ତା ପାଟିକୁ ଦେହକୁ ହିତା ସେହିପରି ଆମ ପିତା

'ତା'ରଣ ମାରଣ ଭରଣ ହରଣ ପରିବାର ରକ୍ଷାକର୍ତ୍ତା ।

'ବା'ପା ବାଡଟିଏ ସୁରକ୍ଷା ଦିଅନ୍ତି ବଗିଚାକୁ ମାଳି ପରି

'ପା'ଦ ତୁଲ୍ୟ ଭାରବାହି ତାଙ୍କ ଚରଣଟି ସ୍ୱର୍ଗପୁରୀ ।


ପିତାସ୍ୱାଦ ଆଗ ଚାଖିଛି ଯିଏ ସେ ସୁମିଷ୍ଟର ମଜା ନିଏ

କଟୁ ଶବଦକୁ ଗ୍ରହଣ ନକଲେ ଜୀବନଟା ବୃଥା ହୁଏ ।

ଆଜ୍ଞାଧୀନ ପରି ସନ୍ତାନ ମାନିଲେ ଦୂରରେ ରହିବ ପାପ

ବାପ ଥିଲା ପୁଅ ସଭାରେ ହାରେନି ଛାତି ଦେଖାଇବ ବାପ ।


ନାରିକେଳ ପରି ବାହାରକୁ ଟାଣ ଭିତରଟା ସୁକୋମଳ

ସବୁ ଦୁଃଖକଷ୍ଟ ଚନ୍ଦନ ପରି ମଥାରେ କରନ୍ତି ବୋଳ ।

ନୃସିଂହ ବଦ୍ଧିଲେ ଜଗତେ ରହିଲା କୁପିତା'ର ପରିଚୟ

ହିରଣ୍ୟକଶ୍ୟୁପ ପ୍ରହଲ୍ଲାଦେ ଦେଲେ ଶ୍ରେଷ୍ଠ ଭକ୍ତ ପରିଚୟ ।


ବାପା ଖଟିଖଟି ଚୋପା ପାଲଟନ୍ତି ଜାଣିପାରେ ନାହିଁ ବତ୍ସ

ନଦୀଟିଏ ପରି ବହିଯାଏ ସିଏ ଭୁଲିଯାଏ ନିଜ ଉତ୍ସ ।

ପୁତ୍ର ପରିଚୟ ବଢାଇବା ପିତାଙ୍କର ଏକମାତ୍ର ସ୍ୱପ୍ନ

ପୁତ୍ର ବଡ ହେଲେ ବୃଦ୍ଧାଶ୍ରମ ଖୋଜେ ପିତାକୁ କରି ଗୋପନ ।


ଆପଣା ସୁଖକୁ ବାଟବଣା କରି ଦେଖାଅ ସନ୍ତାନେ ସ୍ୱପ୍ନ

ପାହାଚ ପାଲଟି ପିଠିରେ ଚଢାଅ ଉନ୍ନତିରେ ସଦା ମଗ୍ନ। 

ଈଶ୍ବର ତୁମେ ଗୁରୁ ଦେବ ତୁମେ ପ୍ରେରଣାର ଉତ୍ସ ତୁମେ

ଜନ୍ମଦାତା ରୂପେ ଗୌରବ ବଢାଇ ଧନ୍ୟ କଲ ଧରାଧାମେ ।


ପରଦା ପଛର ନାୟକ ବାପା ମୋ ସବୁ ବିଜୟର ଶ୍ରେୟ

ଆମ ସୁଖପାଇଁ ଉତ୍ସର୍ଗ କରିଛ ନାହିଁ କିଛି ଅନାଦେୟ। 

ବାପା ହେଲାପରେ ଜାଣୁଛି ହେ ବାପା ତୁମ ଅଖଣ୍ଡ ସାଧନା

ଭଲ ବାପାଟିଏ ହୋଇ ମୁଁ କରିବି ତୁମ ଚରଣେ ଅର୍ଚ୍ଚନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational