STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପିମ୍ପୁଡି

ପିମ୍ପୁଡି

1 min
224


ଅତି କ୍ଷୁଦ୍ର ଜୀବ କର୍ମ ତା ଅପାର

  ଦିନରାତ୍ର କର୍ମପଥେ

ଜମା କରୁ ଥାଏ ବଞ୍ଚିବାର ଖାଦ୍ୟ

  ଚାଲୁଥାଏ ନିଜପଥେ।


ଧରଣୀ ଗର୍ଭରେ ଘରତ ତାଙ୍କର

  ଥାନ୍ତି ସୁରକ୍ଷିତେ ସଦା

ସଞ୍ଜୟର ମନ୍ତ୍ର ଶିକ୍ଷା ଦିଏ ଜନେ

  କର୍ମ କରୁ ଥାଏ ସଦା।


ବର୍ଷା ଓ ଝଡିରେ ନିଶ୍ଚିନ୍ତେ ରୁହନ୍ତୁ

  ଖୁସି ଆନନ୍ଦରେ ଘରେ

ସଞ୍ଚି ଥାନ୍ତି ଧନ ନ ଥାଏ ଅଭାବ

 ଭୋଜନ କରନ୍ତି ଘରେ।


କ୍ଷୁଦ୍ର ଜୀବ ସେହୁ ସନ୍ଦେଶ ଦିଅଇ

 ଏକତ୍ରିତ କର୍ମ ମେଳି

ଏକତ୍ରିତ ହୋଇ କର୍ମ କରୁଥାନ୍ତି

 ବହୁଥାନ୍ତି ଖାଦ୍ୟ ତଳି।


ଦିଶୁଥାଏ ଅତି ସୁନ୍ଦର ସେ ଦୃଶ୍ୟ

 ପିମ୍ପୁଡ଼ିରେ ଧାଡ଼ି ଧାଡ଼ି

ଏକତାର ମନ୍ତ୍ର ମନୁଷ୍ୟକୁ ଦିଏ

 କର୍ମର ମନ୍ତ୍ରର ଧାଡ଼ି।


କର୍ମ ଓ କର୍ତ୍ତବ୍ୟ ବୁଝିଛି ପିମ୍ପୁଡ଼ି

  କର୍ମ କରେ ଅନୁକ୍ଷ୍ୟଣ

କର୍ମ ବିନୁ ଜୀବେ ମୂଲ୍ୟ ନାହିଁ ଜାଣେ

  କର୍ମକୁ କରେ ଗ୍ରହଣ।


କ୍ଷୁଦ୍ର ନୂହେ ସେହୁ କର୍ମଜ୍ଞାନୀ ସେହୁ

  ଶିକ୍ଷା ମନୁଷ୍ୟକୁ ଦିଏ

କର୍ମଜ୍ଞାନ ଦିଏ ମାନବ ସମାଜେ

  ତାର ପରି ନାହିଁ କିଏ।


କର୍ମ ବିନୁ ଦେହ ଭବକୁ ଦୁର୍ଭାର

  କର୍ମଜ୍ଞାନ ଜାଣି ଅଛି

କ୍ଷୁଦ୍ର ଜୀବ ତାର ବୃଥା ନ କରିଣ

  କର୍ମପଥେ ଚାଲୁ ଅଛି।


ମନୁଷ୍ୟ ଜୀବନେ କର୍ମ ଅଟେ ଶ୍ରେଷ୍ଠ

  ସତ୍ୟପଥେ କର୍ମ ନିତ୍ୟେ,

ଗୃହର ପାଳନେ କର୍ମ ମନ୍ତ୍ର କର

  କର୍ତ୍ତବ୍ୟ ମନୁଷ୍ୟେ ନିତ୍ୟେ।


ରାଷ୍ଟ୍ର କର୍ମ କର ନିର୍ଭୀକ ହୋଇଣ

  ଧର୍ମପଥେ ରହି ସଦା

ସମଭାବ ମନ୍ତ୍ର ରଖି ଥାଅ ହୃଦେ

  ଜନକଲ୍ୟାଣରେ ସଦା।


ଏକତ୍ରିତ କର ଜନ ସମୁଦାୟ

  କର ଶକ୍ତିଶାଳୀ ଦେଶ

ଶିକ୍ଷା ପିମ୍ପୁଡିରୁ ଗ୍ରହଣ କରିଣ

  ଗଢିବା ସୁନାର ଦେଶ।


କ୍ଷୁଦ୍ର ଜୀବ ଦେଖ ଶିକ୍ଷା ଦିଏ ନିତ୍ୟେ

  କର୍ମଯୋଗୀ ହେବା ପାଇଁ

ଜୀବର କର୍ତ୍ତବ୍ୟ କର୍ମ କରିବାର

  ସାର୍ଥକ ଜୀବନ ପାଇଁ।


ତେବେତ ହୋଇବା ଆତ୍ମନିର୍ଭରଟି

  ବିଶ୍ବାସରେ ପରିପୂର୍ଣ୍ଣ

ସୁକର୍ମକୁ କରି ରାଷ୍ଟ୍ରକୁ ଗଢିବା

  ଧନଧାନ୍ୟେ ପରିପୂର୍ଣ୍ଣ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational