STORYMIRROR

Tapan Kumar Swain

Children

4  

Tapan Kumar Swain

Children

ପିଲାଦିନ

ପିଲାଦିନ

1 min
386

କଥା ଏତିକି ତୋଅର ମୋର

ରହିଲା ଆଜି ବାକି,

ଦିନ ଆସିବ କହିବି ସବୁ

ଯେମିତି ହେଲେ ଡାକି ।


ଭୁଲିବୁ ନାହିଁ ମୁଁ ଥିଲି ସାଙ୍ଗ

ଯେତେ ଦୂରରେ ଥାଆ,

ଲେଖିବୁ ଚିଠି ତୁ ଭଲ ମନ୍ଦ

ମନେ ରଖିଛୁ ଯାହା ।


ତୋଅର ମୋର ଗୋଟିଏ ବହି

ପଢିଲା ବେଳେ ଥିଲା,

ତୁ ହସଉ ମୋ'ଜାମା ପିନ୍ଧି

ଲାଗିଲେ ତୋତେ ଢିଲା ।


ଖାଇବା ଛୁଟି ହେଲେ ଆମର

ଯିଏ ଯୁଆଡେ ଯାଏ,

ତୋଅର ମୋର ଗୋଟେ ଖାଇବା

ନିଇତି ଆମେ ଖାଏ ।


ଦୂର ବାଟକୁ ଗଲେ କୁଆଡେ

କଂଟା ଫୁଟିବ କାଳେ,

ତୋ' ଜୋତାକୁ ମୋତେ ପିନ୍ଧାଇ 

ତୁ ଚାଲଉ ତଳେ ।


ପିଲାଦିନର ସେସବୁ କଥା 

କେମିତି ଯିବି ଭୁଲି,

ଆଜି ନହେଲେ ତୋ'ସାଥେ ମୋର

ଦେଖା ହୋଇବ କାଲି ।


ଦୁନିଆ ସାରା ଯାହା ଖୋଜିବି

ପାଇବି ଦେଲେ ଧନ,

ପାଇବି ନାହିଁ ଯେତେ ଖୋଜିଲେ

ଆଉସେ ପିଲାଦିନ ।


Rate this content
Log in

Similar oriya poem from Children