ପିଲାଦିନ ସାଥୀ
ପିଲାଦିନ ସାଥୀ
ବିଷର୍ଣ୍ଣତାର ପଥପ୍ରାନ୍ତେ ଆଜି ବି ମନେପଡେ
ସେହି ଅଭୁଲା ଅତୀତ ର ପିଲାଦିନ ସାଥୀ କଥା
ଯିଏ କି ଚାଲିଗଲେ ଶୁଭୁଥିଲା ତା'ର ସେ
ପାଉଁଜି ର ରୁଣୁଝୁଣୁ ଶବ୍ଦ ମୋ କର୍ଣ୍ଣ ଗହ୍ୱରରେ
ରାଗ ଋଷା ଅଭିମାନ ସବୁ ଥିଲା ତ କ୍ଷଣିକ।
ହାତ ଧରାଧରି ହୋଇ ଚାଲିଗଲେ ଗାଁ ଦାଣ୍ଡେ
ତଟକା ହୋଇ ଯାଉଥିଲେ ତ ସଭିଏଁ
ଆମ ଏ ସୂନେଲି ସମ୍ପର୍କ କୁ ଦେଖି
ଭାବୁଥିଲେ ଆମେ ଦୁଇ ସାଥୀ
ଘର କରି ଚାଲିଯିବୁ ଏକ ଅଚିହ୍ନା ରାଇଜେ
ସ୍ବପ୍ନ ରହିଯିବ ଅଧା ସେହି ଜନ୍ମ ସ୍ଥାନରେ
ନେଇ ଯିବୁ ଚିରଦିନ କର୍ମର ଆଶ୍ରୟ।
ତାହା ହିଁ ତ ହୋଇ ଥିଲା ଦୁଇ ସାଥୀ
ବାନ୍ଧି ହୋଇ ଯାଇଥିଲୁ ଏକ ନିଆରା
ଦୁନିଆଁରେ ପାଦ ଦେଲୁ କର୍ମଭୂମି ର
କଷୋଟି ପଥର ସେହି ଭିନ୍ନ ରୂପ ର
ଆସ୍ତରଣ ରେ ଯାହା ଥିଲା ଆମ ପାଇଁ
ସନ୍ତାପିତ ଭରା ଜୀବନ ଶୈଳୀ
ଚାଲି ଯାଇଥିଲା ସେ ପିଲାଦିନ
ହେଲେ ଭୁଲି ମୁଁ ପାରେନା ସେହି
ପିଲାଦିନ ର ସାଥିଟିକୁ
ରଖିଛି ମୁଁ ସାଇତି ମୋର
ମନର ସ୍ମୃତିରେ ଜଞ୍ଜାଳ କଷାଘାତରେ ।।
