STORYMIRROR

Sukadev Mahanta

Romance

3  

Sukadev Mahanta

Romance

ପୀରତିର ମୃଦୁ ପୁଲକରେ

ପୀରତିର ମୃଦୁ ପୁଲକରେ

1 min
165

ପ୍ରେମର ଋତୁ ବସନ୍ତ ଆସିଛି

ହ୍ୱାଟ୍ସ ଆପ୍ ବାରତା ନେଇ 

ଆମ ଚାଟଶାଳୀ ପ୍ରାଙ୍ଗଣରେ

ଭଳିକି ଭଳି ଫୁଲର ସମ୍ଭାରରେ

ଅମାନିଆଁ ନବମ ଶ୍ରେଣୀ ଝିଅଟିଏ 

ଚକୋଲେଟଟିଏ ସାଙ୍ଗକୁ ବଢାଇ କହେ 

ଆରେ ବନ୍ଧୁରେ ,ହାପି ଚକୋଲେଟ୍ ଡେ!

ଦେଖି କଳିକୃଷ୍ଣ ମନ ଅସମ୍ଭାଳ ହୁଏ

ଡେରି ନକରି ସେ ନେଇ ଆଇସ୍କ୍ରିମଟିଏ

ଅଧାଖାଇଦେଇ ସାହିତ୍ୟ ଦିଦିକୁ ଦି

ଅତି ସରାଗରେ କହେ,

“ମୁଁ ଖାଇଦେଲି ଅଧା

ନେ ତୁ ଆର ଅଧା ଖାଇ ଦେ, 

 ହାପି ଚକୋଲେଟ୍ ଡେ!"

ସାହିତ୍ୟ ଦିଦି ବି ଅତି ଆଦରରେ 

ବାକି ଅଧା ଖାଇଦିଏ

ପ୍ରୀତି ଭରା ତାର କୋକିଳ କଣ୍ଠରେ କହେ,

ବନ୍ଧୁରେ ହାପି ଚକୋଲେଟ୍ ଡେ

ଏମନ୍ତ ଦୁଇଟି ମନରେ

ଦୁଇ ହୃଦୟର କନ୍ଦରେ

ପ୍ରୀତି ଫଗୁଣର ବଉଳ ବାସରେ

ଅଙ୍କୁରିତ ହୁଏ ପ୍ରୀତିର କୁସୁମ

ପୀରତିର ମୃଦୁ ପୁଲକରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance