STORYMIRROR

baishnaba meher

Romance

2  

baishnaba meher

Romance

ପୀରତି

ପୀରତି

1 min
1.6K



ପ୍ରିୟାର ପୀରତି ପରସ ପାଇଁ,

ଝୁରେ ମୋର ତନ ମନ,

ମାତୁଆଳା ଆଖିର ଚପଳତା...

ନାଲି ନାଲି ଓଠର ମଧୁରତା...

ସତେ ଯେମିତି ଅନୁଭବ ହୁଏ,

ଧିରେ ଧିରେ ବଢୁଛି ହ୍ରୁଦ୍ ସ୍ପନ୍ଧନ l


ଅଙ୍କା ବଙ୍କା ନଈ ଯେମିତି,

ତା ଲମ୍ବା ଲମ୍ବା ବେଣୀ,

ଚାରିପାଖେ ଅତର ମହକ...

କଅଁଳ କୋମଳ ହାତ ସ୍ପର୍ଶ...

ସେ ପାଟଳ ବର୍ଣ୍ଣ ଶାଢିରେ,

ଲାଗେ ଯେମିତି ସ୍ବର୍ଗ ପରୀ l


ତା ପ୍ରେମଭରା ଆଖି ଇଙ୍ଗିତରେ,

ମୋ ଓଠର ଚପଳତା ବଢେ,

ସଦ୍ୟଫୁଟା ଗୋଲାପ କଢି ପରି...

ସୁନ୍ଦର ସୁନ୍ଦର ଗାଲ ବେନି...

ପ୍ରେମାତୁର ଓଠଟି ମୋର,

ଧିରେ ଧିରେ ତା ଗାଳକୁ ଛୁଏଁ l


ବୈଷ୍ଣବ ମେହେର

ଗଣ୍ଡାବାହାଲି

ନୂଆପଡା


Rate this content
Log in

Similar oriya poem from Romance