ଫୁଲଟିଏ
ଫୁଲଟିଏ
ଫୁଲଟିଏ ସଦା ବୃନ୍ତ ପରେ ଥାଇ
ଖିଲି ଖିଲି ହସୁଥାଏ
କେବେ ସେ ଗଭାରେ ପୁଣି
କେବେ ମଧୁ ଶାଳାରେ
ସଭିଙ୍କର ମନ ମୋହୁଥାଏ ।
ସୁବାସ ରେ ତାର ଜଗତ ମହକେ
ମନ ହୁଏ ଉତ୍ ଫୁଲିତ
ତା'ଶୋଭା ରାଜିରେ ହସଇ ଧରଣୀ
ପ୍ରକୃତି ରାଣୀଟା
ହୋଇ ଉଠଇ ଜୀବନ୍ତ ।
କି ସୁନ୍ଦର ତା'ର ଶିକ୍ତ ଅଧର
ଦିଶେ କାକର ବିନ୍ଦୁରେ
ମନ କିନ୍ତୁ ତା'ର ସଦା ଖୋଜୁଥାଏ
ଲୋଟିବାକୁ ବିଭୂ ପୟରେ ।
ଶାନ୍ତ ସୁନ୍ଦର କୋମଳ ମନ ତା
ସଦା ହର୍ଷୋତ୍ ଫୁଲ ଥାଏ
କ୍ଷଣିକ ପାଇଁ ସେ ଦୁନିଆକୁ ଆସି
କେତେ ଖୁସି ଭରି ଦିଏ ।
ଫୁଲଟିଏ ପରି ହୃଦୟକୁ କର
ଜୀବନ ଅଟେ ଅଳିକ
ନିଜେ ହସ ଆଉ ଅନ୍ୟକୁ ହସାଅ
ମନରେ ଭରି ପୁଲକ ।
